Unknown

 

 

 

 

 

 

 

 

 

 

 

ହିଟ୍‍ଲର୍‍ଙ୍କ ମୃତ୍ୟୁ ରହସ୍ୟ

ହରମୋହନ ମଲ୍ଲିକ

 

J.N.U. College Library, Delhiରୁ ପ୍ରାପ୍ତ ଗୋଟିଏ ଛିନ୍ନପୃଷ୍ଠା ଡାଏରୀରୁ ସଂଗୃହୀତ–ଲେଖକ ଅନାମଧ୍ୟେୟ ମୂଳତଃ ଜର୍ମାନୀ ଭାଷାରେ, ଜର୍ମାନ ଅଫିସରଙ୍କର ଲେଖା ପରେ ଇଂରାଜୀ ଭାଷାରେ ଅନୁଦିତ ।

 

ଜନପ୍ରବାଦରୁ ଯାହା ଜଣାଯାଏ, ଏହା ବିଂଶ ଶତାବ୍ଦିର ମଧ୍ୟ ଭାଗରେ ପୃଥିବୀ ପୃଷ୍ଠରୁ ସେ କେତୋଟି ଜନ-ନାୟକ ଓ ପୃଥିବୀ ବିଖ୍ୟାତ ବ୍ୟକ୍ତି ବିଶେଷଙ୍କର ଆକସ୍ମିତ ତିରୋଭାବ ଘଟିଲା ଅଚିନ୍ତ୍ୟ ଓ ରହସ୍ୟମୟଭାବେ, ସେମାନଙ୍କର ସେହି ତିରୋଧାନ ରହସ୍ୟାବଳିର ବିବରଣୀ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବେ ଆବିଷ୍କୃତ ହୋଇ ସତ୍ୟ ଘଟଣାଗୁଡ଼ିକ ଲୋକଲୋଚନାକୁ ଅଣାଯାଇ ପାରିନାହିଁ । ଏହି ପ୍ରଖ୍ୟାତନାମା ବ୍ୟକ୍ତିମାନଙ୍କ ନାମ ହେଲା–ଭାରତ ବର୍ଷର ନେତାଜୀ ଶ୍ରୀ ସୁବାଷ ଚନ୍ଦ୍ର ବୋଷ, ପ୍ରଧାନମନ୍ତ୍ରୀ ଶ୍ରୀ ଲାଲବାହାଦୁର ଶାସ୍ତ୍ରି, ଜର୍ମାନୀର ନାଜିସମ୍ରାଟ, ଦ୍ୱିତୀୟ ମହାସମରର ନାୟକ ହେର୍‌ ଆଡ଼ଲ୍‌ଫ୍‌ ହିଟଲର୍‌ ।

 

କିନ୍ତୁ; ଜଣେ ପ୍ରତ୍ୟକ୍ଷଦର୍ଶି, ଅଜ୍ଞାତନାମା ଜର୍ମାନ ସାମରିକ ଅଫିସରଙ୍କ ଲିଖିତ ଡାଇରୀ ବହିରୁ ସମାନ୍ଵୟ ଘଟଣାବଳିରୁ ଯାହା ମିଳେ, ସେଥିରୁ ପ୍ରମାଣ ସ୍ୱରୂପ ପ୍ରତିପନ୍ନ ହୁଏ ସେ, ହିଟ୍‍ଲର୍‌ଙ୍କର ମୃତ୍ୟୁ ଆଦୌ ରହସ୍ୟଜନକ ନଥିଲା ଯଦିଓ ମୃତ୍ୟୁର ଦ୍ଵାର ଦେଶରୁ ସେ ବହୁବାର ରହସ୍ୟଜନକ ଭାବେ ମୁକ୍ତି ଲାଭ କରିଥିଲେ । ପ୍ରକୃତରେ ହିଟଲର ଦ୍ଵିତୀୟ ବିଶ୍ୱଯୁଦ୍ଧରେ ସଂଗ୍ରାମ ପ୍ରାଙ୍ଗଣରେ ଜଣେ ସାମରିକ ଅଫିସରଙ୍କ ବୀରଗତି ଲାଭ କରିଥିଲେ, ବିରୁଦ୍ଧବାଦୀ ବିଶ୍ୱ ଏହାର ମୂଲ୍ୟାୟନ ନ କରୁ ପଛକେ । ସେହି ତଥ୍ୟ ଉଦ୍‍ଘାଟନର କାହାଣୀ ଏହି ଗ୍ରନ୍ଥରେ ଲେଖା ହେଲା ପାଠକ–ପାଠିକାମାନଙ୍କ ଅବଗତି ନିମିତ୍ତ ।

 

ତା ୩୦-୪-୪୫ର ପ୍ରଭାତ-ଦ୍ୱିତୀୟ ମହାସମର ଚାଲିଛି ।

 

ଜର୍ମାନୀର ରାଜଧାନୀ ଓ ସର୍ବପ୍ରଧାନ ସାମରିକ କେନ୍ଦ୍ର (Military Headquarter) ବର୍ଲିନ ନଗରୀ । ଜୁଲାଇ ମାସର ଗୋଟିଏ ସୁନ୍ଦର ସକାଳ । ନଗରୀର ଉପକଣ୍ଠରେ ସ୍ୱଚ୍ଛ-ସଲୀଳା ‘ଲେକ୍‌ ଭାନ୍‌ସ’ (Lake Vansi) ଓ ଲେକ୍‌ର ଅପର ପାର୍ଶ୍ଵରେ ଏକ ରମ୍ୟ ଅଟ୍ଟାଳିକା ଶୋଭିତ । ସେହି ଅଟ୍ଟାଳିକାର ଦ୍ୱାର ଦେଶରେ ଆସି ପହଞ୍ଚିଲା ବିରାଟ ସାମରୀକ ମଟର ଗାଡ଼ି (Military staff car) ଏବଂ ତନ୍ମଧ୍ୟରୁ ଜଣେ ମିଲିଟାରି ପୋଷାକଧାରି ସୁଦଶନ, ପଦସ୍ଥ ‘ଆର୍ମି ଅଫିସର’ ଯୁବକ ବହିରାଗତ ହେଲେ । ପୋଷାକରୁ ସେ ଜଣେ କର୍ଣ୍ଣେଲ ପଦଧାରି ଆର୍ମି ଅଫିସର ବୋଲି ଜଣାପଡ଼େ । ବାହ୍ୟ ଦୃଷ୍ଟିରୁ ଭଦ୍ରଲୋକଙ୍କୁ ସୁନ୍ଦର, ଓ ସୁପୁରୁଷ ବୋଲି ମନେ ହେଲେହେଁ ଲକ୍ଷ୍ୟ କରି ଦେଖିଲେ ତାଙ୍କର ଶାରିରୀକ ଦୋଷ ତ୍ରୁଟି ପରିଲକ୍ଷିତ ହେବ । ଭଦ୍ରବ୍ୟକ୍ତିର ବାମ ଚକ୍ଷୁଟି ନାହିଁ ଓ ସେ ସ୍ଥାନରେ ପଥରର ନକଲି ଚକ୍ଷୁଟିଏ । ଦକ୍ଷିଣ ହସ୍ତଟି ବାହୁମୂଳରୁ ଶୂନ୍ୟ–ଖାକି ବୁଶ୍‌-କୋଟଟା ଡାହାଣ ହାତ ପାଖରେ ଖାଲି ଝୁଲୁଛି । ପୁଣି ନିରୀକ୍ଷଣ କଲେ ଦେଖାଯିବ ଯେ ବାମ ହସ୍ତର ଅନାମିକା ଓ କନିଷ୍ଠ ଅଙ୍ଗୁଳିଦ୍ୱୟ ହାତ-ପାପୁଲିରେ ନାହିଁ । ଭଦ୍ର ଯୁବକଟି ଜର୍ମାନୀର ଅତି ଅଭିଜାତ ଶ୍ରେଣୀର ଓ ‘କାଉଣ୍ଟ’ ଉପାଧିଧାରୀ । ସାମାଜିକ ଓ ଆଭିଜାତ୍ୟର ମତରେ ଏହାଙ୍କର ସ୍ଥାନ ଜର୍ମାନଦେଶ ମଧ୍ୟରେ ଚତୁର୍ଥରେ । ଆଭିଜାତ୍ୟରେ ସମ୍ରାଟ ଯୁବରାଜଙ୍କର ସ୍ଥାନ ଶୀର୍ଷରେ, ତତ୍‌ପରେ ଡିଉକ, ଡିଉକ ପରେ ମାରକୁଇସ୍‌ (ସାଧାରଣତଃ ସମ୍ରାଟଙ୍କର ଅନ୍ୟାନ୍ୟ ପୁତ୍ରମାନେ ‘ଲର୍ଡ’ ଉପାଧିଧାରି ଜମିଦାର ‘କାଉଣ୍ଟ’ ବା ମାରୁକୁଇସ ହୋଇଥାନ୍ତି) ମାରକୁଇସ ପରେ ଚତୁର୍ଥ ସ୍ଥାନ ହେଉଛି ‘ଆର୍ଲ’ ବା ‘କାଉଣ୍ଟ’ଙ୍କର । ଏହି ଭଦ୍ର ମହୋଦୟଟି ଥିଲେ କାଉଣ୍ଟ ଅଫ୍‌ ଷ୍ଟୁ ଫେନବର୍ଗ, ଜରମାନ୍‌ ଜେନେରାଲ୍‌ ଷ୍ଟାପର ଜଣେ ସଦସ୍ୟ ଓ ହୋମ୍‌ଆର୍ମିର ଚିଫ୍‌ ଅଫ ଷ୍ଟାଫ୍‌ । (Count of stufenberg, Member of German General staff, and Chief of staff of the Home Army.)

 

କାଉଣ୍ଟଙ୍କ ଆଗମନରେ ଦ୍ଵାରପ୍ରାନ୍ତରେ ଦେଖା ଦେଲେ ‘କାଉଣ୍ଟେସ ନିନା’–କାଉଣ୍ଟ ଷ୍ଟୁଫେନବର୍ଗଙ୍କର ଧର୍ମପତ୍ନୀ । ସେ ଲୋତକଝରା ଚକ୍ଷୁରେ ସ୍ଵାମୀଙ୍କୁ ଆଲିଙ୍ଗନ କଲେ । ନିଜକୁ ଆଲିଙ୍ଗନ ମୁକ୍ତ କରି ସସ୍ନେହରେ କହିଲେ କାଉଣ୍ଟ, ‘ନିଜର ଶରୀର ଓ ସ୍ୱାସ୍ଥ୍ୟର ଯନ୍ନ ନିଅ ନିନା, ଏ ସୁଦ୍ଧ ସମୟରେ ତୁମଠାରୁ ମୋତେତ ନାନା ଦାୟିତ୍ୱଜନକ କର୍ମରେ ବିଚ୍ଛିନ୍ନ ରହିବା ପାଇଁ ହେବ ।’’

 

କାଉଣ୍ଟସ୍‌ କାନ୍ଦି ପକାଇ କହିଲେ, ‘ତୁମେ ତ ମୋ ଠାରୁ ଦୂରେଇ ଯାଉଛ ଆଜିକାଲି । କେଉଁଠାକୁ ଯାଉଛ, କଣ କରୁଛ, ମୋତେ ତ ଜଣାଅ ନା ଅଧୁନା ? ମୋର ଗୋଟିଏ କେବଳ ଅନୁରୋଧ, ନିଜର ଜୀବନକୁ ବିପଦାପନ୍ନ କର ନାହିଁ, ରଣକ୍ଷେତ୍ରରେ ବିରତ୍ୱ ଦେଖାଇବାକୁ ଯାଇ ଏତେ ଗୁଡ଼ିଏ ଅଙ୍ଗ ପ୍ରତ୍ୟଙ୍ଗ ହରାଇଲ । ’

 

‘ବାସ୍‌, ବାସ୍‌ କାଉଣ୍ଟେସ୍‌’, କାଉଣ୍ଟ ସୁଟ୍‌ଫେନବର୍ଗ କହିବାକୁ ଲାଗିଲେ, ‘ଯେତିକି ଜାଣିଛ ବା ଜାଣୁଛ, ତାହାହିଁ ଭ୍ରମ ପକ୍ଷେ ଯଥେଷ୍ଟ, କାହାଠାରୁ ବେଶି ଜାଣିବାର ପ୍ରୟାସ କରନାହିଁ ପ୍ରିୟା । ଏହି ଦେଶବ୍ୟାପି ମହାସମରରେ କାହାରି ଜୀବନ ତ ନିରାପଦ ନୁହେଁ । ମୋ ସଙ୍ଗେ କଣ୍ଠ ମିଳାଇ ଉଚ୍ଚ ସ୍ତରରେ କହ ପ୍ରିୟତମେ, ‘ଜନ୍ମଭୂମିର ଜୟ ହେଉ’, ‘ଜର୍ମାନୀ ଜିନ୍ଦାବାଦ’ ।’ ଏହା କହି କାଉଣ୍ଟ କାଉଣ୍ଡେସ୍‌ଙ୍କ ସହ ଗୃହାଭ୍ୟନ୍ତରକୁ ପ୍ରବେଶ କଲେ । ସାନ ଶିଶୁପୁତ୍ର ଦୁଇଟିକୁ ଶୟନ ପ୍ରକୋଷ୍ଠ ଉପରେ ଶୋଇଥିବା ଅବସ୍ଥାରେ ଦେଖି ସେମାନଙ୍କର ମୁଖ ଚୁମ୍ବନ କଲେ । ବଡ଼ ପୁତ୍ର ଦୁଇଟି ଗୃହରେ ନଥାନ୍ତି, ସେମାନେ ନର୍ସରି ସ୍କୁଲରେ ପଢ଼ନ୍ତି ଓ ସେଠାକାର ଛାତ୍ରାବାସରେ ରହନ୍ତି । ଅଳ୍ପ ସମୟ ଘରେ ରହି କାଉଣ୍ଟ ପୁଣି ବାହାରିଲେ । ମୋଟର ଚାଳକ ମିଲିଟାର ସାଲ୍ୟୁଟ୍‌ଟିଏ ମାରି ଗାଡ଼ିର କବାଟ ଖୋଲି ଦେଲା ଓ କାଉଣ୍ଟଙ୍କୁ ନେଇ ଗାଡ଼ି ଦ୍ରୁତଗତିରେ ଚାଲିଲା ତାହାର ଗନ୍ତବ୍ୟ ସ୍ଥଳି ଦିଗରେ-ବର୍ଲିନ ନଗରୀର ଅପର ପାର୍ଶ୍ଵରେ ବାସ କରୁଥିବା କାଉଣ୍ଟ ଷ୍ଟୁଫେନବର୍ଗଙ୍କ ଆଡ଼ଯୁଟାଣ୍ଟ ଲେଫଟଟାଣ୍ଡ ଭର୍ଣ୍ଣନାର ହାୟେଫଟନଙ୍କୁ ସଙ୍ଗରେ ନେବାକୁ । କାଉଣ୍ଟଙ୍କର ଗାଡ଼ି ବର୍ଲିନର ଅପର ପ୍ରାନ୍ତକୁ ଯାଇନାହିଁ ବାଟରେ ପଡ଼ିଲା ମହାଦାମ୍ବିକ ମାର୍ଶାଲ ହାରମନ୍‌ ଗୋଟାଏ ରିଙ୍ଗଙ୍କର ଗତସୌମ୍ୟ, ଧୂଳିଧୂସରିତ, ଭଗ୍ନପ୍ରାୟ ବିରାଟ ଅଟ୍ଟାଳିକା, ଯାହା ଦିନେ ଲୋକମାନଙ୍କ ମନରେ ଭୟ ଓ ବିସ୍ମୟ ଉପୁଜାଉ ଥିଲା । ମିତ୍ର ଶକ୍ତିର ବୋମା ମାଡ଼ରେ ଏହା ଧୂଳିସାତ ହୋଇଯାଇଛି । ମାର୍ଶାଲ ଗୋଏରିଙ୍ଗଙ୍କ ବାହାସ୍ଫୋଟ ଓ ଦାମ୍ଭିକ ବାଣୀ ଏହି ମହାନଗରୀ ବର୍ଲିନ ଉପର ଦେଇ କୌଣସି ଦିନ ମିତ୍ରଶକ୍ତିର ଜାନ (plane) ଉଡ଼ିବାକୁ ଦେବି ନାହିଁ’ । ସେ ଗର୍ବ ଓ ଦମ୍ଭ ବୃଥା ହୋଇଯାଇଛି । ଏହା ମନେ କରି କାଉଣ୍ଟ ଷ୍ଟୁଫେନବର୍ଗ ଟିକିଏ ହସି ଉଠିଲେ ଏବଂ ପରେ ପରେ ନିଜର ସ୍ଵାଭାବିକ ଆଭିଜାତ-ସୁଲଭ ଗାମ୍ବିର୍ଯ୍ୟ ଫେରାଇ ଆଣିଲେ ।

 

ଟିକିଏ ଦୁଃଖ ଓ ଟିକିଏ ଦାର୍ଶନିକ ମଧ୍ୟ ଆସିଲା ତାଙ୍କର ସାମରିକ କଠୋର ମନରେ ।

 

‘‘ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟଡ଼ୋରି, ନିଜ ଭାଗ୍ୟଡ଼ୋରି କାଳହସ୍ତେ, ଏହା ପକାନ୍ତି ହେଲେ ପାଶୋରି ।’’

 

କାଉଣ୍ଟଙ୍କର ଗାଡ଼ି ଦକ୍ଷିଣ ଦିଗକୁ ମାଡ଼ି ଚାଲିଲା । ଲକ୍ଷ୍ୟସ୍ଥଳି ଥିଲା ଖାସର୍ଫେ ବିମାନଘାଟି । ଚାଳକ (ଡ୍ରାଇଭର) ବା ଉଭୟ ଆରୋହୀ ମଧ୍ୟରେ ବାହାର କୌଣସି ବାକ୍‌ ବିନିମୟ ନାହିଁ । ତେବେ ଉଭୟ ଆରୋହୀଙ୍କର ମନରେ ଥିଲା ଦୁଶ୍ଚିନ୍ତା-ସ୍ଵଦେଶର ମଙ୍ଗଳ ଚିନ୍ତା । କିପରି ସ୍ଵଦେଶକୁ ନିଶ୍ଚିତ ପରାଜୟ ଓ ଧ୍ୱଂସମ୍ମୁଖରୁ ରକ୍ଷା କରିବା, ଦେଶବାସୀମାନଙ୍କୁ ଅକାଳ ମୃତ୍ୟୁର କାଳକବଳରୁ ବଞ୍ଚାଇବା, ମିତ୍ରଶକ୍ତିଦ୍ୱାରା ଆନିତ ଦୁଃସହ କ୍ଷତିମୁଖରୁ ଜର୍ମାନୀକୁ ରକ୍ଷା କରିବା ।

 

ପୁରା ଦେଢ଼ ଘଣ୍ଟାକାଳ ମଧ୍ୟରେ ଯାହା କରିବା ପରେ କାଉଣ୍ଟ ଷ୍ଟୁଫେନବର୍ଗ ତାଙ୍କର ଆଡ଼ପୁଟାଟଙ୍କ ସହ ଆସି ପହଞ୍ଚିଲେ । ଖାସଡ଼ର୍ଫ ବିମାନ-ବନ୍ଦରରେ । ତେତେବେଳେ ଦୁଇ ଇଞ୍ଜିନଯୁକ୍ତ ବିମାନଟି ବ୍ୟୋମଯାତ୍ରା ନିମିତ୍ତ ପ୍ରସ୍ତୁତ ଥିଲା । ଉତ୍ତେଜନା ସ୍ଥିର କାଉଣ୍ଟ ତାଙ୍କର ସାରା ଶରୀରରେ କମ୍ପନ ଅନୁଭବ କରିଛନ୍ତି ଓ ମନେହୁଏ ତାହା ସହିତ ଯେପରି ସାରା ଜର୍ମାନୀର ଭାଗ୍ୟ କମ୍ପନ ମଧ୍ୟ ଅନୁଭୂତ ହେଉଛି ।

 

ଯାତ୍ରା ଆରମ୍ଭ କଲା ସେହି ପ୍ଲେନ୍‌ଟି ଠିକ୍‌ ସକାଳ ୭-୩୦ ଘଣ୍ଟା ସମୟରେ । ଫୁୟେରର ସେହି ଦିନ ସମସ୍ତ ଚିଫ୍‌ ଷ୍ଟାଫଙ୍କର ଗୋଟିଏ ‘ମିଳିତ କନ୍‌ଫରେନ୍‌ସ’ (Combined Conference) ପାଇଁ ଆହ୍ୱାନ ଦେଇଛନ୍ତି । ଏହି କନଫରେନ୍‌ସରେ କାଉଣ୍ଟ (Count Colonel Stufenberg)ଙ୍କୁ ରିପୋର୍ଟ ଦେବାକୁ ହେବ ‘ରସିଆନ୍‌ ଫ୍ରଣ୍ଟ’ ବିଷୟରେ, ଓ ଜର୍ମାନ ସୈନ୍ୟ ଅଫିସରଙ୍କ ସଂଖ୍ୟା କିପରି ଓ କେତେହେଲେ କ୍ରମ-ଅଗ୍ରସରମାନ ଋଷ ସୈନ୍ୟମାନଙ୍କୁ ଅଟକାଇ ସେମାନଙ୍କୁ ପଛକୁ ହଟାଇବାକୁ ହେବ । ଏହା ଚିନ୍ତା କରି କାଉଣ୍ଟ୍‌ ମନେ ମନେ ହସିଲେ ଓ ଦେଶର ଭାବି ଦୁର୍ଦ୍ଦିନ ଲାଗି ଦୁଃଖ କଲେ ମଧ୍ୟ । ‘‘ଚତୁର୍ଦ୍ଦିଗରେ ମିତ୍ରଶକ୍ତିଙ୍କର ଘେର । ପୁଣି ଅଗଣିତ ସୋଭିଏତ୍‍. ବାହିନୀ ରେଡ୍‌ ଆର୍ମି ମାଡ଼ି ଆସୁଛନ୍ତି କ୍ରମଶଃ ଜର୍ମାନ ଭିତରକୁ । ସେହି ଜୁଆରକୁ ଅଟକାଇ ଭଟ୍ଟାରେ ପରିଣତ କରିବାକୁ ହେବ ସାଧ୍ୟ ଅଟେ କାହାର ?

Image

 

ଗଧିଆ ଗୁହା

 

କାଉଣ୍ଟ୍‌ ଷ୍ଟୁଫେନବର୍ଗ କିମ୍ବା ତାଙ୍କର ଆଡ଼ଯୁଟାଣ୍ଟ ନାଜିବାଦର (ନାଜିମ୍‌)ର ଦଳଭୁକ୍ତ କିମ୍ବା ପକ୍ଷପାତି ନ ଥିଲେ । ବରଂ କାଉଣ୍ଟ୍‍ଙ୍କ ସହିତ ଜର୍ମାନିର ବଡ଼ ଶିକ୍ଷିତ ସମାଜ, ନେତୃସ୍ଥାନିୟ ବହୁଲୋକ ଏପରିକି ଉଚ୍ଚପଦସ୍ଥ ଅଫିସରମାନେ ମଧ୍ୟ ଗୋପନରେ ଅତ୍ୟାଚାରି, ଦାମ୍ଭିକ, କ୍ଷମତାଲିପ୍‌ସୁ ହିଟଲର ନାଜିବିରୋଧ ଥିଲେ । ସେମାନଙ୍କ ମଧ୍ୟରୁ କାଉଣ୍ଟ୍‌ କର୍ଣ୍ଣେଲ, କାଉଣ୍ଟ ଷ୍ଟୁଫେନବର୍ଗ ଅନ୍ୟତମ । ଏମାନଙ୍କ ଲକ୍ଷ୍ୟ ଥିଲା ଯୁଦ୍ଧର ଯୁପକାଷ୍ଠରେ ବାନ୍ଧି ଅବଶିଷ୍ଟ ଜର୍ମାନବାସୀମାନଙ୍କୁ ଯୁଦ୍ଧ କବଳରୁ ରକ୍ଷା କରିବା ଓ ଦେଶକୁ ସମ୍ପୂର୍ଣ୍ଣ ଧ୍ୱଂସରୁ ରକ୍ଷା କରିବା । ଏହି ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ଗୋପନରେ କେତେକ ଜେନେରାଲ ଓ କର୍ଣ୍ଣେଲ ପାହ୍ୟାର ଅଫିସରମାନଙ୍କର ନେତୃତ୍ଵରେ ଆର୍ମି ଅଫିସରମାନଙ୍କର ଗୋଟିଏ ଗୁପ୍ତ ସମିତ ଗଠିତ ହୋଇଥିଲା-। ଉଦ୍ଦେଶ୍ୟ ଥିଲା ଯୁଦ୍ଧଖୋର ହିଟଲରଙ୍କୁ କ୍ଷମତା ଓ ଜୀବନରୁ ହଟାଇ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ।

 

ଏଣେ ହେର ହିଟଲର ତାଂକର ‘ଗଧିଆ ଗୁହା’ରେ (ଉଲଫ୍‌ଡ଼େନ) ଥାଇ ତାଙ୍କର ପୃଥିବୀ ଜୟର ଅଳିକ ସ୍ଵପ୍ନ ଦେଖୁଥାନ୍ତି ଅଥଚ ଏଣେ ଦେଶ ତାଂକର ଧ୍ୱଂସନ୍ମୁଖ ହେଲାଣି । ଗୋଟା ଜର୍ମାନ ଜାତିଟାର ନରମେଧ ଯଜ୍ଞର ଆୟୋଜନ ମିତ୍ରଶକ୍ତିଂଦ୍ୱାରା ସମ୍ପୂର୍ଣ୍ଣ ପ୍ରାପ୍ତି । ଆଉ ଫୁୟେରରଂକର ବିଶ୍ୱଜୟ ସ୍ଵପ୍ନଭଙ୍ଗ ହେଉ ନାହିଁ । କେତେକାଳ ସେ ପାଗଳାମି କରିବେ ? ପଶ୍ଚିମ ଦିଗରେ ମିତ୍ରଶକ୍ତି ବ୍ରିଟେନ ‘ଇଂଲିଶ-ଚାନାଲ’ ପାରହୋଇ ଫ୍ରାନ୍‌ସ ସହିତ ମିଳତ ହେବାକୁ ଯାଉଛି-। ବଲକାନ ଓ ପୋଲାଣ୍ଡ ମଧ୍ୟ ଏହି ଉଦ୍ଦେଶ୍ୟରେ ଫରାସୀ ଦେଶରେ ପ୍ରବିଷ୍ଟ ଓ ମିଳିତ ପ୍ରାୟ । ପୂର୍ବ-ଦିଗରେ ସୋଭିଏଟ ଋଷିଆ ଛକ ବସିଛି ଆନ୍ତ୍ରମଣାତ୍ମକ ଭାବରେ କିନ୍ତୁ ଜର୍ମାନୀ ଫୁୟେରର ନିର୍ବିକାର ଭାବେ ବସିଛନ୍ତି ତାଂକର ‘ଗଧିଆ ଗୁହା’ରେ ନିଜର ବୃଥା ଦମ୍ଭ ଓ ଆତ୍ମାଭିମାନ ନେଇ । ଦାମ୍ଭିକପ୍ରବର ହିଟଲର ଯେ ମିତ୍ରଶକ୍ତି ସହିତ କୌଣସି ସର୍ତ୍ତବଦ୍ଧ ସନ୍ଧି ବା ଚୁକ୍ତି ସମ୍ପାଦନ କରିବେ ନାହିଁ । ଜୟ କିମ୍ବା ଧ୍ୱଂସ ଦୁଇ ମଧ୍ୟରୁ ଗୋଟାଏ ତ ଆସିବ, ଆସୁ ।

 

କାଉଣ୍ଟ ଷ୍ଟୁଫେନବର୍ଗଂକୁ କିନ୍ତୁ ଦେଶ, ଦେଶବାସୀମାନଙ୍କୁ ରକ୍ଷଣ ଓ ମଙ୍ଗଳ ଚିନ୍ତା ଘାରିଛି । ସଙ୍ଗରେ ଥିବା ତାଂକର ବ୍ରିଫ୍‌ କେଶ୍‌ଟିକୁ ପରୀକ୍ଷା, ବାରମ୍ବାର ଖୋଲା ଓ ବନ୍ଦ କରୁ କରୁ କାଉଣ୍ଟ୍‌ ଅନୁଚ୍ଚ ସ୍ୱରରେ, ଅନ୍ୟମନସ୍କ ଭାବେ କହି ପକାଇଲେ, ‘‘ଯେପରି ହେବ ଦେଶକୁ, ଜର୍ମାନ ଜାତିକୁ ବଞ୍ଚାଇବାକୁ ହେବ । ଅବସନ୍ନ ଜର୍ମାନୀ ବର୍ତ୍ତମାନ ମୁମୂର୍ଷୁ, ଅପରିଣାମଦର୍ଶି ଫୁୟେରରଂକର ଅବିମୃଷ୍ୟକାରୀତାରୁ । ହିଟଲରଙ୍କୁ ହରାଇବାକୁ ହେବ, ମୋର ପ୍ରାଣର ବିନିମୟରେ ମଧ୍ୟ । ଜର୍ମାନୀର ରକ୍ଷା ନିମିତ୍ତ ମୃତ-ସଞ୍ଜିବନୀର ଆବଶ୍ୟକ ।’’

 

ଦେଶଭକ୍ତ କାଉଣ୍ଟ୍‌ ଷ୍ଟୁଫେନବର୍ଗ ତାଂକର ବାମଚକ୍ଷୁ, ବାମ ହସ୍ତର ଦୁଇଟି ଅଙ୍ଗୁଳି ଇଟାଲିର ଏକ ରଣକ୍ଷେତ୍ରରେ ଏକଲବ୍ୟର ଗୁରୁ ଦକ୍ଷିଣା ସ୍ୱରୂପ ଦେଇ ଆସିଛନ୍ତି । ପଦଦ୍ୱୟର ମମତା ପ୍ରାୟ ତ୍ୟାଗ କରିବାକୁ ପଡ଼ିଥିଲା, କିନ୍ତୁ ବିଚକ୍ଷଣ, ପ୍ରତିଭାଶାଳି ଚିକିତ୍ସକମାନଂକ ପ୍ରୟାସରୁ ଭଗ୍ନପଦ ଯୋଡ଼ି କର୍ମୋପଯୋଗୀ କରିବାକୁ ପଡ଼ିଛି । ବାମହସ୍ତର ତିନୋଟି ଅଙ୍ଗୁଳି ହରାଇ କେବଳ ମଧ୍ୟମା ଓ ବୃଦ୍ଧାଙ୍ଗୁଷ୍ଠି ସାହାଯ୍ୟରେ ଚଳାଇବାକୁ ପଡ଼ୁଚି । ତଥାପି କାଉଣ୍ଟଙ୍କର ସ୍ୱାଧୀନ ସୁଚିନ୍ତା; ପ୍ରାଣ ଚଞ୍ଚଳତା ଓ କର୍ମଠତା ଅଦ୍ୟାପି ରହିଛି । ଆକାଶଯାନରୁ ‘ଗଧିଆ ଗୁହା’କୁ ନିରୀକ୍ଷଣ କରୁଥିଲେ ।

 

ଜର୍ମାନୀର ଫୁୟେରାର ହେର ଆଡ଼ଲଫ ହିଟଲର କିଛିଦିନ ହେଲା ଅଜ୍ଞାତବାସରେ । ଏହା ଜର୍ମାନ-ରାଜଧାନୀ ବର୍ଲିନ ଓ ଜର୍ମାନୀର ଅନ୍ୟାନ୍ୟ ନଗର, ସହରଠାରୁ ବହୁ ଦୂରରେ ଗୋଟିଏ ଜନବସତି ଶୂନ୍ୟସ୍ଥାନରେ । କେବଳ ସାମରୀକ ଚିଫ୍‌ଅଫ ଷ୍ଟାଫ ଓ ତାଂକର ବିଶ୍ୱସ୍ତ କେତେକ ପାର୍ଶ୍ୱଚର ଓ ପରିଚାରକମାନଂକ ବ୍ୟତୀତ (ପରସୋନାଲ୍‌ଷ୍ଟାଫ୍‌) ଅନ୍ୟ କେହି ହିଟ୍‍ଲର୍‍ଙ୍କର ଗୁପ୍ତନୀବାସ ସମ୍ବନ୍ଧରେ କିଛି ଜାଣନ୍ତି ନା

 

ହିଟ୍‍ଲର୍‍ଙ୍କ ଏହି ଗୁପ୍ତ ନିବାସ ‘ଗଧିଆ ଗୁହା’ ବହୁ ମଜଭୁତ ପଥର ନିର୍ମିତ । ଏହି ଗଧିଆ ଗୁହାକୁ ଘେରି ମୋଟା ମୋଟା ସାତ ପ୍ରସ୍ଥ ବିଶାଳ କଣ୍ଟାଯୁକ୍ତ ତାରର ବଳୟ । ‘ଗଧିଆ ଗୁହା’କୁ ପ୍ରବେଶ ବରିବା ଲାଗି ଅଙ୍କାବଙ୍କା ଏହି ଅଜଣା ଅଭିନବ ରାସ୍ତାଗୁଡ଼ିକ ‘ଗୋଲକଧନ୍ଦା’ ପରି-। ରାସ୍ତା ଅଜଣା ଥିଲେ ଏହି ରାସ୍ତା ମଧ୍ୟ ଦେଇ ଗଧିଆ ଗୁହାକୁ ପ୍ରବେଶ ସେହିପରି ନିର୍ଗତ ମଧ୍ୟ ଅସମ୍ଭବ । ସେହି ରାସ୍ତାଗୁଡ଼ିକର ସ୍ଥାନେ ସ୍ଥାନେ ‘ମାଇନସ୍‌’ Mines ବିଛା ଯାଇଥିଲା । ଅଜଣା ଲୋକପକ୍ଷେ ଏହା ପଦେ ପଦେ ବିପଦ । କ୍ଷୁଦ୍ର (ଫର ଭିକ୍ଟୋରି) ଚିହ୍ନିତ ମାଇନସଗୁଡ଼ିକ ଅବଶ୍ୟ ଜ୍ଞାତଲୋକ ପକ୍ଷେ ବିପଜ୍ଜନକ ନ ଥିଲା । ଏହି ଲୌହ ବଳୟମାନଙ୍କର ଚତୁପାର୍ଶ୍ଵ ପରିଧି ମଧ୍ୟସ୍ଥ ବଛା ବଛା ସ୍ଥାନମାନଙ୍କରେ ଲୁହା ଓ ପଥର ତିଆର ‘ପିଲ୍‌ ବକ୍‌ସ’ ଓ ସେଥିରେ ଅହେ ରାତ୍ର ବିଶ୍ୱସ୍ତ ସଶସ୍ତ୍ର ପ୍ରହରୀର ବ୍ୟବସ୍ଥା ଥିଲା ଏବଂ ସେଥିରେ ସଦା ପ୍ରସ୍ତୁତ ଥିଲା ସ୍ଥଳପଥର ‘ଟ୍ୟଙ୍କ୍‌’ ବିଧ୍ୱଂସ ଓ ବ୍ୟୋମପଥର ବ୍ୟୋମଯାନ-ବିଧ୍ୱଂସ କମାଣମାନ । ହଜାର ହଜାର ବିଶ୍ଵାସ ସୈନ୍ୟ, ଭାରି ଭାରି କମାଣ ଓ ଟ୍ୟାଂକମାନଂକର ଦ୍ୱାରା ନିଜର ନିରାପତ୍ତା ସୁନିଶ୍ଚିତ ଓ ସୁରକ୍ଷିତ କରିବେ ବୋଲି ଫୁୟେରର ଏପରି ବ୍ୟବସ୍ଥାମାନ କରିଥିଲେ । ଏହି ଗୁପ୍ତନିବସାର ଗଧିଆ ଗୁହା ନାମକରଣ ସ୍ୱୟଂ ହିଟଲର କରିଥିଲେ ।

 

ଜାଲମଧ୍ୟସ୍ଥ ବୁଢ଼ିଆଣୀ ପରି ଏହି ଗାଁର ବଳୟମାନଂକ କେନ୍ଦ୍ରରେ ‘ଗଧିଆ ଗୁହା’ ଓ ଏହି ନାମ ଥିଲା ଫୁୟେରଂକର ଗୁପ୍ତ ବାସଗୃହର । ଏହି ଗଧିଆ ଗୁହାସ୍ଥ ହିଟ୍‍ଲର୍‍ଙ୍କ ଗୋପନ ବାସଗୃହରେ ତିନିଗୋଟି ପ୍ରକୋଷ୍ଠ ମାତ୍ର । ଗୋଟିଏ ପ୍ରକୋଷ୍ଠ ହେଲା ‘ମ୍ୟାପ’ ଓ ‘କନଫରେନସ୍‌’ (ମନ୍ତ୍ରଶାଗାର) ରୁମ୍‌ । ଦ୍ୱିତୀୟ ଓ ତୃତୀୟ ପ୍ରକୋଷ୍ଠ ଥିଲା ଯଥାକ୍ରମେ ନିଜର ଓ ତାଂକର ପ୍ରିୟତମା ‘ବ୍ଳଣ୍ଡି’ ଈଭା ବ୍ରାଉନଙ୍କର ।

Image

 

ବ୍ରି ଫକେଶ୍‌ରେ ବୋମା ବିପଦ

 

ତା ୩୦-୪-୧୯୪୫ ପ୍ରାତଃ ଘ୧୦-୧୫ମିନିଟ କାଉଣ୍ଟ ଷ୍ଟୁଫେନବର୍ଗଙ୍କର ଆରୋହିତ ବ୍ୟୋମଜାନ ‘ହାଇନ୍‌କେଲ’ ପ୍ରାତଃ ଦଶଘଣ୍ଟା ପନ୍ଦର ମିନିଟରେ ବିମାନ ବନ୍ଦରରେ ଅବତରଣ କଲା । ସେଠାରେ ଆର୍ମି ଷ୍ଟାଫ କାରଟି ତାଙ୍କ ଲାଗି ଅପେକ୍ଷାରତ ଥିଲା । କାଉଣ୍ଟ ମଧ୍ୟ ବିମାନରୁ ତାଙ୍କର ବ୍ରିଫକେଶଟି ଧରି ଶୀଘ୍ର ଅବତରଣ କରି ବିମାନ ଚାଳକ (pilot)ଙ୍କୁ ନିର୍ଦ୍ଦେଶ ଦିଅନ୍ତି ଯେ ସେ ଦିନ ଠିକ୍‌ ମଧ୍ୟାହ୍ନ ୧୨ଟା ସମୟରେ ଜରୁରୀ ଯାତ୍ରାରେ ବର୍ଲିନ ଯିବାକୁ ହେବ । ପ୍ଲେନ୍‌ (plane)ଟି ସେପରି ସେ ସମୟରେ ବର୍ଲିନ ଯାତ୍ରା ଲାଗି ପ୍ରସ୍ତୁତ ଥାଏ । ‘ହଁ ଆଜ୍ଞା’ କହି ଶିକ୍ଷିତ ଓ ଚିହ୍ନିତ ପାଇଲଟ କାଉଣ୍ଟଙ୍କୁ ଲମ୍ବା ସଲାମ (salute)ଟିଏ ଦେଲା ।

 

ଅତଃପର କାଉଣ୍ଟ ଏକାକୀ ତାଙ୍କ ପାଇଁ ଅପେକ୍ଷିତ କାର୍‌ରେ ଉଠିଲେ, ଓ ତାଙ୍କର ନିର୍ଦ୍ଦେଶିତ ପଥରେ ଦ୍ରୁତ ଗତିରେ କାର୍‌ ନେବାପାଇଁ ଡ୍ରାଇଭରକୁ ଆଦେଶ ଦେଲେ ।

 

‘ଗଧିଆଗୁହାର’ ଗୋଲଧନ୍ଦା ରାସ୍ତାର ଗେଟ୍‌ମାନଙ୍କରେ ତିନିଥର ଗାଡ଼ି ଅଟକାଇବାକୁ ପଡ଼ିଲା କେବଳ ପରୀକ୍ଷା ନିରିକ୍ଷା ନମିତ୍ତ । ପ୍ରହରି ସେ ଦିନକାର ଅନୁମତି ପତ୍ର ଏବଂ ଗାଡ଼ି ମଧ୍ୟ ବିଶଦ୍‍ ଭାବରେ ପରୀକ୍ଷା କରିବା ଉପରୁ ଅପର ବଳୟର ଗେଟକୁ ଫୋନ ସଂବାଦ ପଠାଇବା ପରେ କାଉଣ୍ଟ ଓ ତାଙ୍କର କାର୍‌କୁ ଛାଡ଼ୁଥିଲା । ଏହିପରି ବଳୟ ଓ ରାସ୍ତାମାନ ପାର ହେଲେ କାଉଣ୍ଟ । ସେତେବେଳେ ସମୟ ସକାଳ ସାଢ଼େ ଏଗାର ଘଣ୍ଟା । ସାଢ଼େ ବାର ଘଣ୍ଟା ପୂର୍ବରୁ କନ୍‌ଫରେନ୍‌ସ ଆରମ୍ଭ ହେଉନାହିଁ । ନିଜର ହାତଘଡ଼ି ଦେଖିଲେ କାଉଣ୍ଟ୍‌ ଆହୁରି ଏକ ଘଣ୍ଟା ସମୟ ବାକି । ଷ୍ଟୁଫେନବର୍ଗ ପନ୍ଦର ମିନିଟ ମଧ୍ୟରେ ଅଫିସରମାନଙ୍କ ମେସରେ ତାଙ୍କର ମଧ୍ୟାହ୍ନ ଭୋଜନ ଶେଷ କଲେ । ଖାଇ ସାରି ସେ କ୍ୟାମ୍ପ କମାଣ୍ଡରଙ୍କର ସହକାରଙ୍କ ସହିତ ଅଳ୍ପ ସମୟ ରସାଳପ କଲେ । ଚତୁର କାଉଣ୍ଟ ଜାଣନ୍ତି ଯେ ନିଜର ଭବିଷ୍ୟର ସ୍ୱାର୍ଥ ଓ ହିତଦୃଷ୍ଟିରେ ହାତରେ ରଖିବାକୁ ହେବ ଏହି ଲୋକଟିକୁ ।

 

ଘ୧୧-୩୦ ମିନିଟ ସମୟରେ କାଉଣ୍ଟ ତାଙ୍କର ‘ବ୍ରିଫ୍‌କେଶ’ ହସ୍ତରେ ‘ଆର୍ମଡ଼ଫୋର୍ସ ହାଇକମାଣ୍ଡ’ High Command of Armey forces) ଷ୍ଟାପ୍‍ ଜେନେରାଲ (Staff General) ବୃହ୍ଲେଙ୍କ ସହିତ ଦେଖାକଲେ ଓ ଠିକ୍‌ ପନ୍ଦର ମିନିଟ ପରେ ତାଙ୍କ ସହିତ ବୃହ୍ଲେଙ୍କ କମାଣ୍ଟର ‘‘ଇନ୍ ଫେ ଫିଲ୍‌ଡ଼ମାରଶାଲ ଉଇଲହେଲ୍‌ମ କାଇଟେଲ (Eield Marshal wilhelm kite)ଙ୍କ ସହିତ ଦେଖାକଲେ । ପ୍ରାୟ ପନ୍ଦର ମିନିଟ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କୌଣସି ଗୁପ୍ତ ଆଲୋଚନା ଗୁଲିଲା । ଏହି ଅଫିସରେ ପ୍ରବେଶ କରିବା ପୂର୍ବରୁ ଖୋଲା ଅର୍ଡରଲି ରୁମରେ କାଉଣ୍ଟ ଯେପରି ତାଙ୍କର ଟୋପି ଓ ବେଲ୍‌ଟ ଇଚ୍ଛାପୂର୍ବକ ଛାଡ଼ି ଆସିଲେ । ଲାଲମୁହାଁ, ପେଟୁଆ ସୈନ୍ୟାଧ୍ୟକ୍ଷ ଉଇଲ୍‌ହେଲମ କାଇଟେଲ ଫୁୟେରର ସମ୍ମୁଖରେ ମେଷଣାବକ ପରି ନିରିହ, ପୋଷ୍ୟ ଓ ପଦଲେହି, କିନ୍ତୁ ନିଜର ଅଧସ୍ତନ କର୍ମଚାରୀମାନଙ୍କ ପକ୍ଷେ ଦୁର୍ଦ୍ଦାନ୍ତ ଓ ନିର୍ମମ ବ୍ୟବହାର, କଠିନ ଆଦେଶ ଦେବାରେ ସିଦ୍ଧହସ୍ତ । କାଉଣ୍ଟ ଷ୍ଟୁଫେନବର୍ଗଙ୍କୁ ଦେଖି ସେ କହି ଉଠିଲେ, ‘ତୁମ ନିକଟରେ ଆବଶ୍ୟକିୟ ସୈନ୍ୟବଳ ଅଛି ନିଶ୍ଚୟ, ଆଗତପ୍ରାୟ ଋଷସୈନ୍ୟଙ୍କ ଗତି ପ୍ରତିରୋଧ କରି ଯୁଦ୍ଧରେ ଆମ ପିତୃଭୂମିରୁ ହଟାଇବାକୁ ହେବ ।’ କାଉଣ୍ଟ କିଛି କହିବାକୁ ଗଲାବେଳେ ତାଙ୍କୁ ବାଧାଦେଇ କାଇଟେଲ କହିଲେ, ‘ନା; ଆଉ କିଛି କହିବାର ବା ଶୁଣିବାର ଅବସର ନାହିଁ । ଫୁୟେରୟ ଆଜି କ୍ରୁଦ୍ଧ କେଶରୀ ପରି, ସେ କୌଣସି କୈଫିୟତ୍‌ ଶୁଣିବାକୁ ଚାହାନ୍ତି ନାହିଁ । ସେ ଆଜି ଚାହାନ୍ତି କେବଳ ଜର୍ମାନୀର ଜୟ, ନତୁବା ଧ୍ୱଂସ ।

 

କାଉଣ୍ଟ କହି ଉଠିଲେ ତାଙ୍କର ଧରିଥିବା ବ୍ରିଫ୍‌କେଶ୍‌ଟି ଦେଖାଇ, ତେବେ ତାହାହିଁ ହେବ, ମିଷ୍ଟର ଫିଲ୍‌ଡ଼ମାର୍ଶଲ ! ଫ୍ୟୁୟେରରଙ୍କୁ ସନ୍ତୁଷ୍ଟ କରିବାର ଉପଯୋଗି ସମସ୍ତ ମୋର ଏହି ‘ବ୍ରିଫ୍‌କେଶ’ ମଧ୍ୟରେ ଅଛି ।

 

ଦିବା ବାର ଘଣ୍ଟାରୁ ଏକମିନିଟ ଅତୀହ ହୋଇ ଗଲାଣି । କାଉଣ୍ଟ ଷ୍ଟୁଫେନବର୍ଗ ଓ ଫଲଡ଼ ମାର୍ଶଲ କାଇଟେଲ ଉଭୟେ ଏକ ସଙ୍ଗେ କନ୍‌ଫରେନ୍‌ସ ନିମିତ୍ତ ମ୍ୟାପ୍‌ରୁମକୁ ଯିବାପାଇଁ ବାହାରିଲେ । ପଥ ମଧ୍ୟରେ କାଉଣ୍ଟ କାଇଟଲ୍‌ଙ୍କୁ କହି ତାଙ୍କର ଟୋପି ଓ ବେଲଟ ଆଣିବା ବାହାନାରେ ଧରିଥିବା ବ୍ରିଫ୍‌କେଶ ସହ ଅଡ଼ରଲିରୁମ ଆଡ଼େ ଗଲେ । ଅର୍ଡରଲି ରୁମର ଶିକୁଳି ଭିତର ପଟୁ ବନ୍ଦ କରି କାଉଣ୍ଟ ବ୍ରିଫ୍‌କେଶଟା ଟେବୁଲ ଉପରେ ରଖି, ଷ୍ଟ୍ରାପ ଖୋଲି ଭିତରର ଦ୍ରବ୍ୟଗୁଡ଼ିକ ବିଶଦ ଭାବରେ ପରୀକ୍ଷା କରିବାକୁ ଲାଗିଲେ । ଏଥିରେ ବେଶ୍‌ କିଛି ସମୟ ଲାଗିଗଲା । ଅପେକ୍ଷାରେ ବ୍ୟତିବସ୍ତ, ବିରକ୍ତ ହୋଇ କାଇଟେଲ ଆସି ସେହି ଅର୍ଡରଲି ରୁମର ବାହାର ଦ୍ଵାରରେ ଆଘାତ କଲେ ଓ ଟୋପି ବେଲ୍‌ଟ ଲଗା କାଉଣ୍ଟଙ୍କୁ ଅଯଥା ବଳୟ ଲାଗି ତିରସ୍କାର କଲେ ।

 

ଦିବା ବାରଘଣ୍ଟା ବତିଶ ମିନିଟରେ କାଇଟେଲ୍‌ ଓ ଷ୍ଟୁଫେନ୍‌ବର୍ଗ ଏକସଙ୍ଗେ ଆସି ମ୍ୟାପ୍‌ରୁମରେ ଫୁୟେରର୍‌ଙ୍କୁ ଅଭିବାଦନ କଲେ । କାଉଣ୍ଟ ଷ୍ଟୁଫେନବର୍ଗ ମ୍ୟାପରୁମ ଦେଖି ଜରିପ ନେଲେ ନିଜ ମନେ ମନେ । ୭୮ ଫୁଟ ଲମ୍ବା ଓ ୧୬ ଫୁଟ ଚଉଡ଼ାବିଶିଷ୍ଟ ହିଟ୍‍ଲର୍‍ଙ୍କ ଏହି ମ୍ୟାପରୁମର କାନ୍ଥ ମୋଟା ମଜଭୁତ କାଠ ଓ ଏହାକୁ ଆହୁରିର ମଜବୁତ (ଷ୍ଟୁଙ୍ଗ୍‌) ବୁଲେଟ୍‌ ପ୍ରୁଫ୍‌ (Bullet proof) ଓ ଫାୟାର ପ୍ରୁଫ (ଫାୟାର ପ୍ରୁଫ୍) ଗୁଳି ଓ ଅଗ୍ନି ନିରୋଧକାରୀ କରିବା ନିମିତ୍ତ ଚତୁପାର୍ଶ୍ଵରେ ଲୁହା ଓ କଂକ୍ରିଟରର ଆବରଣ । ନାଜି ଆର୍ମିର ଚିଫ୍‌ ଅଫ ଅପରେସନ ଜେନେରାଲ୍‌ ହରସିଂଗାରଙ୍କ ସହିତ ମଧ୍ୟ ସେମାନଙ୍କର ସେଠାରେ ଦେଖା ହେଲା । ସେତେବେଳେ ହରସିଙ୍ଗାର ତାଙ୍କର ଫୁୟେରାରଙ୍କୁ ‘ରଷିଆନ ଫ୍ରଣ୍ଟ’ ଓ ଋଷ୍‌ର ଲାଲ-ଫଉଜ (Russian Front Russian Red Army) ଵିଷୟରେ ବୁଝାଉ ଥିଲେ । ଏହି ସମୟରେ ଜେନେରାଲ୍‌ କାଇଟେଲ ହିଟଲରଙ୍କୁ ପୁର୍ନଭିବାଦନ କରି କହିଲେ, ଏହି କାଉଣ୍ଟ କର୍ଣ୍ଣେଲ ଷ୍ଟୁଫେନବର୍ଗ ଋଷିଆନ୍‌ ଫ୍ରଣ୍ଟ ଓ ଋଷିଆନ ରେଡ଼ ଆର୍ମି ସମ୍ପର୍କରେ ସମସ୍ତ ଜ୍ଞତବ୍ୟ ବିଷୟ ସଙ୍ଗରେ ଧରି ଆସିଛନ୍ତ ମହାମାନ୍ୟବର ଫୁୟେରାର । ଆପଣଙ୍କ ଅବଗତ ନିମିତ୍ତ ସେ ମଧ୍ୟ ପୂର୍ଣ୍ଣ ଋଷିଆନ୍‌ଫ୍ରଣ୍ଟର ମାନସ ସହ ରେଡ଼ ଆର୍ମିର ସଂଖ୍ୟା ଫୋଜିସନ (Position) ସେନାଧ୍ୟକ୍ଷମାନଙ୍କ ନାମ ଏହି (Military Chief's names and ranks) ମଧ୍ୟ ଆଣିଛନ୍ତି; କିନ୍ତୁ ଫୁୟେରର୍‍ ସେ ଦିଗରେ କର୍ଣ୍ଣପାତ ନ କରି ଜେନେରାଲ ହରସିଙ୍ଗାରଙ୍କୁ ତାଙ୍କର ଭାଷଣ ଚଳାଇବାକୁ ସଙ୍କେତ ଦେଲେ ।

 

ଦିବା ୧୨-୩୭ ମିନିଟ-ମ୍ୟାପ ଗୃହରେ ଲମ୍ବା ଲମ୍ବା ଟେବୁଲ । ଅଧୁନା ଅଫିସରମାନଙ୍କ ଉପସ୍ଥାନ ସଂଖ୍ୟା ହେବା ଉଚିତ । ହରସିଙ୍ଗାର, କାଇଟେଲ, ଫୟେରାର ଓ ତାଙ୍କ ବିଷ୍ୱସ୍ତ ଷ୍ଟେନୋ ଗ୍ରାଫର ଓ କାଉଙ୍କ ଷ୍ଟୁ ଫେନବର୍ଗ । ଏହିପରି ମୋଟ ୫ ଜଣ ମାତ୍ର । ଅନ୍ୟାନ୍ୟ ଚିଫ୍‌ ଅଫ୍‌ ଷ୍ଟାଫମାନଙ୍କୁ ଅପେକ୍ଷା କରାଯାଉଛି । ସେମାନେ ସମସ୍ତେ ଉପସ୍ଥିତ ହେଲେ କନ୍‌ଫରରେନ୍‌ସ ଆରମ୍ଭ କରାଯିବ । ଏମାନେ ସମସ୍ତେ ଦାୟିତ୍ୱବାନ ଅଫିସର, କିନ୍ତୁ ସେମାନେ ସମସ୍ତେ ଏହି ଯୁଦ୍ଧ ସମୟରେ କେଉଁ ନିଯୁକ୍ତିରେ, କେଉଁ ଫ୍ରଣ୍ଟରେ, କିପରି ପରସ୍ଥିତିରେ ଅଛନ୍ତି ତାହା ଜାଣିବା ଅସମ୍ଭବ ।

 

କାଉଣ୍ଟ ଷ୍ଟୁଫେନବର୍ଗ ମନେ ମନେ ମ୍ୟାପରୁମର ଜରିପ ନେଲେ । ଯଦି ସମସ୍ତ କନ୍‌ଫରରେନସ ମେମ୍ବର ଉପସ୍ଥିତ ରହନ୍ତି, ତାହାହେଲେ ମୋତେ ଓ ଫୁୟେରର୍‌ଙ୍କୁ ମିଶାଇ ମୋଟସଂଖ୍ୟା ତେଇଶ ଜଣ । ନା, ତାହାହେଲେ ଅନ୍ୟାନ୍ୟମାନେ ଆସିବାପୂର୍ବରୁ କର୍ମ ସମ୍ପାଦନ କରିବାକୁ ହେବ ।’’ ଏହା ଚିନ୍ତାକଲେ ଷ୍ଟୁଫେନବର୍ଗ । ହିଟଲର ନିଶ୍ଚୟ ମଧ୍ୟ ସ୍ଥଳରେ ସଭାପତିର ଆସନ ଅଳଙ୍କୃତ କରିବେ ଓ ମିଲିଟାରୀ ରାଙ୍କ (Military Rrnk) ଅନୁଯାୟୀ ତାଙ୍କର ଉଭୟ ପାର୍ଶ୍ଵରେ ବସିବେ ଜେନେରାଲ୍‌ କାଇଟେଲ ଓ ଜେନେରାଲ ହରସିଙ୍ଗାର । ଫୁୟେରରଙ୍କ ନିକଟରେ କୌଣସି ସିଟ୍‌ନେଇ ତାଙ୍କ-ଠାରୁ ‘ଡିକ୍‌ଟେସନ (Dictation) ନେବା ପାଇଁ ବସିବେ ତାଙ୍କର ଷ୍ଟେନୋଗ୍ରଫର । ଏହିପରି ଅନୁମାନ କରି କାଉଣ୍ଡ ତାଙ୍କର ବ୍ରିଫ୍‌କେଶ ରଖିଲେ ଆସନ ମଝି ଚେୟାର ଓ ଟେବୁଲ ନିକଟସ୍ଥ ଚଟାଣ ଭୂମିରେ (ଫ୍ଲୋର) । ହିଟ୍‍ଲର୍‍ଙ୍କ ପଦ ସ୍ଥାପନ ସ୍ଥଳଠାରୁ ପ୍ରାୟ ୭ ଫୁଟ ଦୁରତ୍ୱରେ ।

 

ଦିବା ଘ ୧୨-୪୦ ମି:-ଋଷ ସୀମାନ୍ତ ସମ୍ପର୍କରେ ଜେନେରାଲ ହରସିଙ୍ଗାର ତାଙ୍କର ବକ୍ତବ୍ୟ ପେଶ୍‌କରି ଚାଲିଛନ୍ତି ଫୁୟେରରଙ୍କ ନିକଟରେ । କାଉଣ୍ଟ ଷ୍ଟୁଫେନ୍‌ବର୍ଗ ପିନ୍ଧିଥିବା ଘଡ଼ିରେ ସମୟ ଦେଖିଲେ ଓ ସମସ୍ତଙ୍କ ଅଲକ୍ଷ୍ୟରେ ସେହି ମ୍ୟାପରୁମର ଖୋଲା ଦରଜା ବାଟେ ଅନ୍ତର୍ହିତ ହେଲେ ।

 

ଦିବା ଘ ୧୨-୪୨ ମିନିଟ୍‌—କାଉଣ୍ଟ ଷ୍ଟୁଫେନ୍‌ବର୍ଗ ପ୍ରାପ୍ତି ଏକ କିଲୋମିଟର ଦୂରରେ ଓ ୮୮ ନମ୍ବର ବାଧା ପ୍ରାଚୀର ନିକଟରେ । ତାଙ୍କ ଆଡ଼ଯୁଟାଣ୍ଡ ମଟରକାର ସହର ଅପେକ୍ଷା କରିଛନ୍ତି । ନିକଟରେ ସିଗ୍‌ନାଲ ଆର୍ମିର ଚିଫ୍‌ ଅଫିସର ଏରିଖ୍‌ଫେଲ ଗୟେ ବେଲେର । କାଉଣ୍ଡ ତାଙ୍କର ଘଡ଼ି ଦେଖୁଛନ୍ତି । ମ୍ୟାପରୁମ ଆଡ଼ୁ ଶତବଜ୍ର ନିନାଦର ଭୟାବହ ଶବ୍ଦ ହେଲା । କାଉଣ୍ଡ ଭାବିଲେ ଯେ, ତାହେଲେ ତାଙ୍କ ଯୋଜନା (ପ୍ଲାନ୍‌) ଅନୁଯାୟୀ କର୍ମ ସଫଳ ହୋଇଛି । ‘ଗଧିଆ ଗୁହା’ ଆଉ ଦେଖା ଯାଉନାହିଁ । ଗଗନଭେଦି ଧୂମ୍ର ଓ ଧୂଳିପଟଳରେ । ଅଗ୍ନେୟଗିରୀରୁ ବିସ୍ପୋରଣ ପରି ଭଙ୍ଗା କାଠ ଓ ଇଟା ଖଣ୍ଡମାନ ଚତୁର୍ଦ୍ଦଗରେ ବିଚ୍ଛୁରିତ ହୋଇ ପଡ଼ୁଛି ।

 

ଷ୍ଟୁଫେନ୍‌ବର୍ଗ ନିଶ୍ଚିତ ଭାବରେ ଜାଣିଥିଲେ ସେ ‘ଗଧିଆ ଗୁହା’ର ସେହି ବ୍ୟୁହ-ବଳ ମଧ୍ୟରୁ ମୁକ୍ତି ପାଇବା ସହଜ ସାଧ୍ୟ ନୁହେଁ । ପ୍ରହରୀମାନେ ବିସ୍ଫୋରଣ ଶୁଣିଛନ୍ତି ଓ ତାହାର ତୀବ୍ରତା ଅନୁଭବ କରିଛନ୍ତି । ପୁନରଦେଶ ପର୍ଯ୍ୟନ୍ତ ସମସ୍ତ ‘ଚେକ୍‌ପୋଷ୍ଟ’ ନିଶ୍ଚୟ ବନ୍ଦ କର ଦିଆଯିବ । ସୁତରାଂ ଏହି ବ୍ୟୁହ–ବଳୟ ମଧ୍ୟରୁ ଶୀଘ୍ର ମୁକ୍ତ ହେବା ଆବଶ୍ୟକ । ଏହା ଭାବି ତାଙ୍କ ଆଡ଼ଯୁଟାଟଙ୍କ ସହ ସଙ୍ଗେ ସଙ୍ଗେ ତାଙ୍କର ଷ୍ଟାଫ୍‌ କାରରେ ଯିବାକୁ ବାହାରିଲେ ।

 

ପ୍ରଥମ ପ୍ରତିବନ୍ଧକ (କାରିଅର)ର ପ୍ରହରୀ କାଉଣ୍ଟଙ୍କର ପାସ୍‌ ମର୍ଯ୍ୟାଦା ଦେଲା ନାହିଁ । ତାଙ୍କ କାରରୁ ଲମ୍ଫ ପ୍ରଦାନ ପୂର୍ବକ ବାହାରକୁ ଆସି ପ୍ରହରୀକୁ ଫୋନ ଦେବାଲାଗି ଆଦେଶ ଦେଲେ ପ୍ରହରୀଠାରୁ ଟେଲିଫୋନ ନେଇ ତାହାର ମାଉଥ୍‌ପିସ୍‌ଟାକୁ ମୁଖ ପାଖରେ ରଖି କେବଳ ଓଠ ହଲାଇ କଥା କହିବାର ଛଳନା କଲେ । ତା’ପରେ ପ୍ରହରୀ ସର୍ଦ୍ଦାରଙ୍କୁ ଧମକାଇବା ସ୍ଵରରେ କହି ଉଠିଲେ, ‘‘ଶୁଣ ଲେଫଟ୍‌ନାଣ୍ଟ, ମୁଁ କାଉଣ୍ଟ ଓ କର୍ଣ୍ଣେଲ ଷ୍ଟୁଫେନ୍‌ବର୍ଗ । ସମସ୍ତେ ମୋତେ ଜାଣନ୍ତି ଓ ତୁମେ ମଧ୍ୟ ମୋତେ ଜାଣ । ମୋର ଗତି ଅବାଧ ଓ କୌଣସି ନିୟନ୍ତ୍ରଣ ରହିତ । ଏହା ଶୁଣି, ହତବୁଦ୍ଧି ଚିଫ୍‌ଗାର୍ଡ଼ ଭୟ ପାଇ ବାରିଅର ଗେଟ୍‌ ଖୋଲିଦେଇ କାଉଣ୍ଟଙ୍କ ଗାଡ଼ି ଛାଡ଼ିଦେଲା ଓ ଫୋନଯୋଗେ ମଧ୍ୟ ଦ୍ୱିତୀୟ ଚେକ୍‌ପୋଷ୍ଟକୁ ସମ୍ବାଦ ଦେଲା । କାଉଣ୍ଟ, ଦ୍ୱିତୀୟ ଚେକପୋଷ୍ଟର ସେଣ୍ଟ୍ରିକୁ ନିଜର ପରିଚୟ ଦେଇ ପାସ୍‌ ଦେଖାଇ ଆଗକୁ ଗଲେ । କିନ୍ତୁ ତୃତୀୟ ଚେକ୍‌ପୋଷ୍ଟର ସେଣ୍ଡ୍ରି କମାଣ୍ଡର ଭୀଷଣ ଏକଜିଦିଆ, ସେ କାଉଣ୍ଟଙ୍କର ପାସ୍‌ର ତ ମର୍ଯ୍ୟଦା ଦେଇ ନାହିଁ କିମ୍ବା କୌଣସି ଧମକର ଖାତିର କଲା ନାହିଁ । ଚର୍ଚ୍ଚ କାଉଣ୍ଟ ଟେଲିଫୋନରେ ଏକ ମିଥ୍ୟା ‘କଲ୍’ରେ କଥା କହିବାର ଛଳନା କରି ପୁଣି ଅଳ୍ପ ସମୟରେ ସେ ସେଣ୍ଟ୍ରି କମାଣ୍ଡରଙ୍କୁ କହିଲେ, ‘‘ଏୟାରି ଷ୍ଟ୍ରି ପରେ (Air strip) ଜେନେରାଲ ଫ୍ରୋମ୍‌ ମୋ ଲାଗି ଅପେକ୍ଷା କରିଛନ୍ତି ଓ ଅତି ଜରୁରୀ ଆବଶ୍ୟକତାରେ । ତୁମେ ଫୋନରେ ଏହା ଯାଞ୍ଚ କରିପାର । ସେଣ୍ଟ୍ରି କମାଣ୍ଡର ଗେଟ୍‌(gate) ଖୋଲି କାଉଣ୍ଟଙ୍କ ଗାଡ଼ି ଯିବାକୁ ଦେଲା ।

Image

 

ବିପ୍ଳବର ସ୍ୱରୂପ

 

କାଉଣ୍ଟ ଷ୍ଟୁଫେନ୍‌ବର୍ଗଙ୍କ ଗାଡ଼ି କାଉଣ୍ଟ ଓ ତାଙ୍କର ଆଡ଼ଯୁଟାଣ୍ଡ (Adjutant)ଙ୍କୁ ଅତି ବେଗରେ (in breakneck speed) ନେଇ ହାଇନକେଲର ବିମାନବନ୍ଦରରେ ପହଞ୍ଚାଇ ଦେଲା । ଷ୍ଟୁଫେନ୍‌ବର୍ଗ ଓ ହାଇଫଟ୍ରେନ କାର୍‌ରୁ ଓହ୍ଲାଇ ପ୍ଲେନରେ ବସିଲେ ସଙ୍ଗେ ସଙ୍ଗେ ଓ ନିମିଷକ ମଧ୍ୟରେ ସେଫ୍‌ଟି ବେଲ୍‌ଟ ବାନ୍ଧି ପକାଇଲେ । ଏକହସ୍ତବିହୀନ କାଉଣ୍ଟଙ୍କ ବେଲଟ ବନ୍ଧାରେ ସହାୟାତା କଲେ ତାଙ୍କ ଆଡ଼ଯୁଟାଣ୍ଟ । ପ୍ଳେନର ଇଞ୍ଜିନ୍‌ ଚାଲୁ ଅବସ୍ଥାରେ ଥିଲା (at the starting point ଓ ବ୍ୟୋମଯାନଟି ମୁହୂର୍ତ୍ତକ ମଧ୍ୟରେ ଆକାଶମାର୍ଗରେ ଦ୍ରୁତବେଗରେ ଗତି କରିବାକୁ ଲାଗିଲା । ଆନନ୍ଦ, ସ୍ଵସ୍ତି, ତୃପ୍ତି ଓ ମୁକ୍ତିର ନିଶ୍ୱାସ ନେଲେ କାଉଣ୍ଟ ଓ ତାଙ୍କ ଆଡ଼ଯୁଟାଣ୍ଟ ।

 

କାଉଣ୍ଟ ଷ୍ଟୁଫେନ୍‌ବର୍ଗ ଆନନ୍ଦାତିଶଯ୍ୟାରେ ତାଙ୍କ ଆଡ଼ଯୁଟାଣ୍ଟ ହାଇଫେଟେନଙ୍କୁ ନିମ୍ନସ୍ୱରରେ କହି ପକାଇଲେ, ‘‘ଆମର ଉଦ୍ଦେଶ୍ୟ ତାହେଲେ ସଫଳ ହେଲ, ହାଇକ୍‌ । ଆମେ ବର୍ଲିନରେ ପହଞ୍ଚୁ ପହଞ୍ଚୁ ବିଦ୍ରୋହୀ ସରକାରର ନିର୍ମାଣ କର୍ମ ଅନେକ ଆଗେଇ ଯାଇଥିବ । ପ୍ରାତଃସୂର୍ଯ୍ୟ ଦେଖିବା ପୂର୍ବରୁ ଜର୍ମାନୀ ତାର ନବୀନ ସରକାର ଆସ୍ୱାଦନ ଲାଭ କରିବା ସମ୍ଭାବନା ନିଶ୍ଚିତ ।

 

ନାଜି-ବର୍ବରତାର ସୂତ୍ରପାତ ହେବା ଦିନଠାରୁ ସେ ପର୍ଯ୍ୟନ୍ତ ହେର୍‌ ହିଟଲରଙ୍କୁ ଧରାପୃଷ୍ଠରୁ ବିଦାୟଦେବା ନିମିତ୍ତ ବହୁ ଅସଫଳ ପ୍ରୟାସ ମଧ୍ୟରେ ହିଟଲର ସୁସ୍ଥ ଶରୀରରେ ବଞ୍ଚି ରହିପାରିଥିଲେ । ଜେକୋସ୍ଲୋଭାକିଆର ଆର୍ମି ହାଇ କମାଣ୍ଡରେ ଥିବା ଜର୍ମାନୀର ପୂର୍ବତନ ଚିଫ୍‌ ଅଫ୍‌ ଷ୍ଟାଫ୍‍ ଜେନେରାଲ ଲୁଡ଼ଭିଗ ବ୍ରେକଙ୍କ ନେତୃତ୍ଵରେ ନାଜିବିରୋଧି ସେଲ୍‌ଗଢ଼ି ଉଠିଥିଲା । ସେତେବେଳକାର ଅଣନାଜି ‘ଆର୍ମି ଷ୍ଟାଫ୍‌’ (Non-Nazi Army Staff) ଓ ଜର୍ମାନୀର ଅଣନାଜି ଅଧିବାସୀମାନଙ୍କର ଦୃଢ଼ ବିଶ୍ଵାସ ଥିଲା ଯେ ହିଟ୍‍ଲର୍‍ଙ୍କ ବିନାଶ ହୋଇ ପାରିଲେ । ଜର୍ମାନୀରୁ କ୍ରମେ ନାଜିବାଦ (Nazism) ଲୋପ ପାଇବ ଏବଂ ନାଜିମାନଙ୍କୁ କରକବଳିତ କରିବା ନିମିତ୍ତ ଜର୍ମାନ ସୈନ୍ୟମାନଙ୍କ ପକ୍ଷ ଅସମ୍ଭବ ହେବ ନାହିଁ । ବାସ୍ତବ ପକ୍ଷେ ସେନାପତି (Army Commanders) ଯିଏ ଯେତେ ପ୍ରଭାବଶାଳୀ ହୁଅନ୍ତୁ ପଛକେ ହିଟ୍‍ଲର୍‍ଙ୍କ ସମ୍ମୁଖରେ ମୁଷାଟିଏ ପାଲଟି ଯାଆନ୍ତି । ହିଟ୍‍ଲର୍‍ଙ୍କ ପ୍ରତିଷ୍ଠା, ହିଟ୍‍ଲର୍‍ଙ୍କ ବ୍ୟକ୍ତିତ୍ଵ ନିକଟରେ ସମସ୍ତେ ହାର୍‌ ମାନନ୍ତି । ଯେତେ ଅତ୍ୟାଚାରୀ, ଯେତେ ସ୍ୱେଚ୍ଛାଚାରୀ ଓ ଜିଦ୍‌ଖୋର ହେଲେହେ ହିଟଲର ଯେପରି ମାନବ ବଶିକରଣ ମନ୍ତ୍ରରେ ପାରଦର୍ଶୀ ।

 

ଦ୍ୱିତୀୟ ବିପଦ ହେଲା ହିଟଲର ସର୍ବଦା ଯେପରି ଆବିଷ୍ଟ ଭାବରେ ଥାଆନ୍ତି । ତାଙ୍କ ଗୁପ୍ତହତ୍ୟାର ଭୟରେ ସେଥିପାଇଁ ସେ ସର୍ବଦା ସତର୍କ ଥାନ୍ତି । ବୁଲେଟ୍‌ ନିବାରକ ଟୋପି (Bullet-proof hat) ସେ ସର୍ବଦା ବ୍ୟବହାର କରନ୍ତି । ଯେଉଁ ଖାଦ୍ୟ ସେ ଖା’ନ୍ତି, ଖାଇବାପୂର୍ବରୁ ପ୍ରତ୍ୟେକ ପ୍ଲେଟ ଖାଦ୍ୟ ତାଙ୍କର କୌଣସି ନା କୌଣସି କର୍ମଚାରୀକୁ ଚଖାଇ ତା’ପରେ ନିଜେ ଖାଆନ୍ତି । ନିଜର ନିରାପତ୍ତା ନିମିତ୍ତ ସେ ତାଙ୍କର ବାସସ୍ଥାନ ଥରକୁ ଥର ବଦଳାନ୍ତି-। ତାଙ୍କର ବ୍ୟକ୍ତିଗତ ନିରାପତ୍ତା ଲାଗି ପୁଣି ଏକବିଶ୍ୱସ୍ତ ନାଜି ସେନାପତି ଅଧିନରେ ପ୍ରାୟ ଏକ ହଜାର ସଂଖ୍ୟଙ୍କ ବିଶ୍ୱସ୍ତ, ଦୁର୍ଦ୍ଧଷ ନାଜି ଜବାନ (ସୈନ୍ୟ) ଥାନ୍ତି ସଦାପ୍ରସ୍ତୁତ, ସଶସ୍ତ୍ର ଓ ସତର୍କ ଭାବରେ ।

 

ଫୁୟେରର ବାରମ୍ବାର ତାଙ୍କର ବାସସ୍ଥାନ ବଦଳାଇ, ବହିରାକ୍ରମଣ ଓ ଆଭ୍ୟନ୍ତରୀଣ ବିପଦର ନିବାରଣ ନିମିତ୍ତ ‘ଗଧିଆ ଗୁହାଟି’କୁ ପସନ୍ଦ କରି ନିଜର ନିରାପତ୍ତର ପୂର୍ଣ୍ଣ ଆୟୋଜନ ପୂର୍ବ ଲିଖିତ ମତେ କରି, କିୟତକାଳ ହେଲା ସେଠାରେ ରହି ଆସୁଅଛନ୍ତି ।

 

ହେର୍‌ ହିଟଲର ତାଙ୍କର ଏହି ଆତ୍ମରକ୍ଷାର କଳ୍ପନାର ପ୍ରସାର ସଙ୍ଗେ ସଙ୍ଗେ ତାଙ୍କର ଗୋପନ-ହତ୍ୟାର କଳ୍ପନା ଓ ପ୍ରଚେଷ୍ଟା ମଧ୍ୟ ଅନୁରୂପ ବଢ଼ୁଛି ଅଣ-ନାଜି ଆର୍ମି ଅଫିସରମାନଙ୍କ ଗୁପ୍ତ ମନ୍ତ୍ରଣାଳୟରେ କେତେକ ପଦସ୍ଥ ଅଫିସର, ଜେନେରାଲ ଓ କର୍ଣ୍ଣେଲମାନଙ୍କ ନେତୃତ୍ୱରେ; କିନ୍ତୁ ଏ ପର୍ଯ୍ୟନ୍ତ ଫୁୟେରଙ୍କର ନିଧନକାମି ଗୃହଶତ୍ରୁମାନଙ୍କର ସମସ୍ତ ଗୋପନ ଆୟାସ, ପ୍ରୟାସ ଅସଫଳ ହୋଇଛି । ଲୋକଟା ସେପରି ଦୈବୀଶକ୍ତି ବା ଯାଦୁଶକ୍ତି ବଳରେ ବଳିଆନ । ମୃତ୍ୟୁଦୁତ ଯେପରି ହିଟଲର ନିକଟକୁ ଯାଇ ବାରମ୍ବାର ପରାସ୍ତ ହୋଇ ଫେରି ଆସୁଛି ବିଫଳ ମନୋରଥରେ-

 

ଇଂରାରୀ ସନ ୧୯୪୩ ମସିହାର ପ୍ରାରମ୍ଭ । ଏକଦା ହେର ହିଟଲର ଗୋଟିଏ ବ୍ୟୋମଯାନରେ ଆକାଶ ପଥରେ ଗମନ କଲେ ଜର୍ମାନୀର ପୂର୍ବ-ସୀମାନ୍ତ ପରିଦର୍ଶନରେ । ଏହି ବିମାନ ଯାତ୍ରାକାଳ ହେବ ଘ ୧-୩୦ ମି: ପ୍ରାୟ । ବିମାନଯାତ୍ରାର ଅଧଘଣ୍ଟାରେ ବିସ୍ଫୋରିତ ହେବ, ଏହିପରି ଗୋଟିଏ ସାମୟିକ ବୋମା । (ଟାଇମ ବମ୍‌) ଗୋପନରେ ଖଞ୍ଜା ହୋଇଥିଲା ସେହି ବ୍ୟୋମଯାନ ମଧ୍ୟରେ, କିନ୍ତୁ ହାୟ, ବୋମାଟି ମୋଟେ ଫାଟିଲା ନାହିଁ । ଫୁୟେରର ନିରାପଦରେ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲେ ।

 

ଆଉ ଥରେ ବର୍ଲିନ ଅସ୍ତ୍ରାଗାର (Berlin Arsenal)ର କୌଣସି ଏକ ଅନୁଷ୍ଠାନରେ ଫୁୟେରର ଯୋଗ ଦେଇଥିଲେ । ଜଣେ (ଅଣନାଜି) ସାମରୀକ ଅଫିସର ତାଙ୍କ ପାଖେ ପାଖେ ଥିଲେ । ସେ ହିଟଲରଙ୍କୁ ପ୍ରତ୍ୟେକ ସ୍ଥାନ ବୁଲାଇ ଦେଖାଉଥିଲେ । ସେହି ଅଫିସରଂକ ପରିହିତ ବୁଶ୍‌ମୋଟ୍‌(Bush Coat)ର ଦୁଇ ପକେଟରେ ଦୁଇଟି କ୍ଷୁଦ୍ର କ୍ଷୁଦ୍ର ସାମୟିକ ବୋମା (ଟାଇମ୍‌ବମ୍‌) ରଖା ଯାଇଥିଲା । ଉଦ୍ଦେଶ୍ୟ ଥିଲା, ସେହି ଅଫିସର ତ ମରିବେ ନିଶ୍ଚୟ ଓ ତା ସଙ୍ଗେ ସଙ୍ଗେ ଫୁୟେରର ମଧ୍ୟ ବିନାଶ ନିଶ୍ଚିତ, କିନ୍ତୁ ଅଳ୍ପକ୍ଷଣ ବୁଲି ଦେଖି ହିଟଲର ତାଙ୍କ ହେଡ଼ କ୍ୱାର୍ଟରକୁ ଚାଲିଗଲେ ବୋମା ବିସ୍ପୋରଣ ସମୟ ପୂର୍ବରୁ । ଦୈବାନୁଗ୍ରହିତ ପରି ହିଟଲର ଏଥର ମଧ୍ୟ ନିଶ୍ଚିତ-ମୃତ୍ୟୁର ଦ୍ୱାରଦେଶରୁ ପ୍ରତ୍ୟାବର୍ତ୍ତନ କଲେ ।

 

ଏହିପରି ହିଟଲର ହତ୍ୟାର ପରିକଳ୍ପନାଗୁଡ଼ିକ ବାରମ୍ବାର ବ୍ୟର୍ଥ ହେବାରୁ ତାଙ୍କ ଆଭ୍ୟନ୍ତରଣ ଶତୃଦଳ ନିରୁତ୍ସାହ ଓ ଭୟରେ ଏହି ଭୟଙ୍କର କର୍ମରୁ ନିବୃତ୍ତ କରିଥିଲେ ।

 

ଏଥର କିନ୍ତୁ ଏହି ଷଡ଼ଯନ୍ତ୍ରକାରୀ ଦଳରେ କାଉଣ୍ଟ ଷ୍ଟୁଫେନବର୍ଗ ନିଜେ ଗୋପନ ଯୋଗଦାନ ଓ ବଳଚାଳନା କରି ଦଳର ଉତ୍ସାହ ବୃଦ୍ଧି କରିବାକୁ ଲାଗିଲେ । ଫୁୟେରରଂକ ଗୁପ୍ତହତ୍ୟାର ଭାର ନିଜହସ୍ତେ ଗ୍ରହଣ କଲେ । ଦକ୍ଷିଣ ଜର୍ମାନୀର ମହା ଅଭିଜାତ, ଧର୍ମ ପରିବରେଭବ ଷ୍ଟୁଫେନବର୍ଗ ନିଜେହିଁ କାଉଣ୍ଟ (ଜମିଦାର ଥିଲେ ଓ କେବଳ ଦେଶସେବା ପାଇଁ ସାମରୀକ ଉଚ୍ଚ ପଦବୀରେ, କର୍ଣ୍ଣେଲ ପଦରେ ଜର୍ମାନ ଆର୍ମିରେ ଯୋଗ ଦେଇଥିଲେ । ତାଂକର ଏହି ଦେଶସେବାରେ ହିଁ ଯୁଦ୍ଧକ୍ଷେତ୍ରରେ ନିଜର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିଏ କାଉଣ୍ଟଙ୍କୁ ହରାଇବାକୁ ପଡ଼ିଲା-। ମନୁଷ୍ୟ ହିସାବରେ ସେ ଥିଲେ । ଲୋକପ୍ରିୟ, ଅମାୟିକ ଓ ସ୍ନେହ, ପରୋପକାରୀ ଓ ଅଫିସର ହିସାବରେ ସେ ଥିଲେ ଦେଶପ୍ରାଣ ଓ ଅଧସ୍ତନ କର୍ମଚାରୀବତ୍ସଳ । ତାଂକର ଅଧସ୍ତନ କର୍ମଚାରୀ ତାଂକ ନିକଟରେ ପୂର୍ଣ୍ଣ ବିଶ୍ୱସ୍ତ ଥିଲେ ଓ ସେମାନେ ତାଂକର ସମସ୍ତ ଆଦେଶ, ନିର୍ଦ୍ଦେଶ ବେଦବାଣୀ ପରି ପାଳନ କରୁଥିଲେ । କାଉଣ୍ଟ ଷ୍ଟୁଫେନବର୍ଗ କୌଣସି କାଳେ ନାଜିବାଦ (ନାଜିମ୍‌) ଗ୍ରହଣ କରିନଥିଲେ ବରଂ ନାଜି ଅତ୍ୟାଚାର ଓ ହିଟଲରଂକ ଅହଂବାଦ ଓ ‘ହାମବଡ଼ା’ ନୀତିକୁ ସେ ବରଦାସ୍ତ ନ କରି ଘୃଣା କରୁଥିଲେ ।

 

କାଉଣ୍ଟ୍‌ । ସବୁବେଳେ ସବୁଥିଲେ, ‘‘ହିଟ୍‍ଲର୍‍ଙ୍କ ଅହଂଭାବ ଓ ରାଜ୍ୟ-ବିସ୍ତୃତି ଲୋଭ ଯୋଗୁଁ ମିତ୍ରଶକ୍ତିର ଉତ୍‌ଥାନ ଓ ଆକ୍ରମଣ ଚାଲିଲା । ମାର୍କିନ୍‌–ଆମେରିକା ଓ ଋଷ ପରି ଶକ୍ତିଶାଳି ଦେଶଗୁଡ଼ିକୁ ନିଜ ଦେଶର ଶତ୍ରୁ କରି ପକାଇଲେ ହିଟଲର । ପିତୃଭୂମି ଜର୍ମାନୀର ଜୟ ହେଉ କିନ୍ତୁ ଏହି ପରିସ୍ଥିତିରୁ ଉଦ୍ଧାର ପାଇବା ପାଇଁ ହିଟଲର ନିଧନ ଆମର କାମ୍ୟ । ହିଟ୍‍ଲର୍‍ଙ୍କ ତିରୋଧାନ ନ ହେଲେ ଗୌରବାନ୍ୱିତ ଜର୍ମାନୀର ଅସ୍ତିତ୍ୱ ରହିବ ନାହିଁ । ଯୁଦ୍ଧ ଜର୍ଜରିତ ଜର୍ମାନୀର କେବଳ ଯାଇନା ବଢ଼ିଯିବ ସିନା । ପ୍ରତ୍ୟେକ ଜର୍ମାନଙ୍କୁ ଅଗତ୍ୟା ଯୁଦ୍ଧର ଯୁପକାଷ୍ଠରେ ବଳି ଦେବାକୁ ପଡ଼ିବ-

 

ଇତିମଧ୍ୟରେ ସୈନ୍ୟଦଳଙ୍କ ପାଇଁ ନୂତନ ଓଭର କୋଟ୍‌ର ପ୍ରସ୍ତୁତ କରିବାକୁ ଆଦେଶ ଦେଇଛନ୍ତି ଫୁୟେରର । ସେହି କୋଟର ତିଆରି ଦେଖିବାକୁ ଆସୁଛନ୍ତି ସ୍ୱୟଂ ହିଟଲର । ଏହି ପରିଦର୍ଶନ ଉପଲକ୍ଷେ ହିଟଲର ହତ୍ୟାର ଗୋଟିଏ ଯୋଜନା ତିଆରି କଲେ କାଉଣ୍ଟ ଷ୍ଟୁଫେନ୍‌ବର୍ଗ । ଫନଡ଼ାମ ବୁଶ୍‌ ନାମକ ଜଣେ ଅଣନାଜି କାପ୍‌ଟେନଙ୍କୁ କେନ୍ଦ୍ର କରି ଯୋଜନାଟି ଫଳପ୍ରଦ ହେଲେ ହିଟଲର ହତ୍ୟାର ସଙ୍ଗେ କ୍ୟାପ୍‌ଟେନ ବୁଶ୍‌ଙ୍କର ମଧ୍ୟ ଆତ୍ମହତ୍ୟା ହେବ । ଯୋଜନାଟି ଏହିପରି-

 

ବୁଶ୍‌ଙ୍କୁ ତାଙ୍କ ପକେଟରେ ଟାଇମ୍‌-ବୋମା ରଖି ହିଟ୍‍ଲର୍‍ଙ୍କ ଗହଣରେ ରହିବାକୁ ହେବ ଏବଂ ଠିକ୍‌ ବୋମା ବିସ୍ଫୋରଣର ଅଳ୍ପ ସମୟ ପୂର୍ବରୁ ହିଟଲରଙ୍କୁ ଦୃଢ଼ ଆଲିଙ୍ଗନାବଦ୍ଧ କରିବେ ବୁଶ୍‌-। ବୋମାର ବିସ୍ଫୋରଣ ହେଲେ ଉଭୟ ହିଟଲର ଓ ବୁଶ୍‌ ଏକସଙ୍ଗେ ମୃତ୍ୟୁ ବରଣ କରିବେ; କିନ୍ତୁ ଇତିମଧ୍ୟରେ ଆକାଶରୁ ମିତ୍ରଶକ୍ତିର ବୋମା ପଡ଼ି ଏହି ସ୍ଥାନଟି ପୋଡ଼ି ନଷ୍ଟଭ୍ରଷ୍ଟ ହୋଇଯାଏ ସୁତରାଂ ଫୁୟେରଙ୍କ ପୋଷାକ-ପରିଦର୍ଶନରେ ଆସିବା ବନ୍ଦ ହେଲା ଓ ଫଳରେ ବୁଶ୍‌ଙ୍କ ମଧ୍ୟ ବନ୍ଦ ହେଲେ ଜୀବନ କ୍ଷୟର । ଏହିପରି ଏଥର ମଧ୍ୟ ହିଟଲର ହତ୍ୟାର ଚକ୍ରାନ୍ତ ପଣ୍ଡ ହେଲା ।

 

ବର୍ଲିନ୍‌ ଯିବାର ବ୍ୟୋମପଥରେ ବ୍ୟୋମଯାନରେ ଷ୍ଟୁଫେନବର୍ଗ, ‘‘ଫୁୟେରର କିଛି ରକ୍ଷାକବଚ ପରିହିତ ନୁହନ୍ତି କିମ୍ବା ଯାଦୁକର ନୁହନ୍ତି ଯେ କୌଣସି ଯାଦୁବଳରେ ଏଥରକ ମୃତ୍ୟୁମୁଖରୁ ରକ୍ଷା ପାଇଥିଲେ । ମୁଁ ନିଜେ ଦେଖିଛି ମୋର ସ୍ଥାପିତ ବୋମା ମାଡ଼ରେ ମ୍ୟାପ୍‌ ରୁମଟିକ ଟିକି ହୋଇ ଭାଙ୍ଗି ଧୂଳିସାତ ହୋଇଗଲା, ସୁତରାଂ ତନ୍ତଧ୍ୟରେ ଥିବା ହିଟଲର ଓ ଅନ୍ୟମାନଙ୍କର ମୃତ୍ୟୁ ନିଶ୍ଚିତ ।’’ ପୁଣି କାଉଣ୍ଟ ଭାବିଲେ, ‘‘ଫୁୟେରରଙ୍କ ମୃତଶରୀର ସେହି ଧ୍ୱଂସ୍ତୁପରୁ ଉଦ୍ଧାର କରାଗଲା ତ ? ବୀରର ମୃତ୍ୟୁ, ସମ୍ରାଟଙ୍କ ମୃତ୍ୟୁ ତାଙ୍କର ପ୍ରାପ୍ୟ । ହିଟ୍‍ଲର୍‍ଙ୍କ ଶବସଂସ୍କାର ରାଜେଚିତ ଓ ବୀରୋଚିତ ହୋଇଛି ତ ? ଜର୍ମାନ ଜାତିର ଜନକ ରୂପେ ତାଙ୍କ ମୃତଶରୀରକୁ ସମ୍ମାନ ଓ ତଦନୁଯାୟୀ ଅନ୍ତ୍ୟେଷ୍ଟିକ୍ରିୟା ମଧ୍ୟ ହେବ ।

 

ଦିବା ୩-୪୫ ମିନିଟ୍‌—କାଉଣ୍ଟଙ୍କ ବ୍ୟୋମଯାନ ରାସଡ଼ର୍କ ବିମାନ ବନ୍ଦରରେ । କାଉଣ୍ଟ ଭାବି ଚାଲିଛନ୍ତି–‘‘ଫୁୟେରରଙ୍କ ମୃତ୍ୟୁସମ୍ବାଦ ଇତିମଧ୍ୟରେ ନିଶ୍ଚୟ ବର୍ଲିନରେ ପହଞ୍ଚି ଯାଇଥିବ ଓ ରେଡ଼ିଓ ଆକାଶବାଣୀଦ୍ୱାରା ସମସ୍ତ ଜର୍ମାନୀରେ ଏହି ମୃତ୍ୟୁ ଘୋଷଣା ପ୍ରଚାରିତ ହୋଇ ସାରିଥିବ-। ମୋର ଗୁପ୍ତ ବନ୍ଦୋବସ୍ତ ଅନୁଯାୟୀ ସମସ୍ତ ସଠିକ ମାର୍ଗରେ ଅଗ୍ରସର ହେଉଥିବ ତ ସେନା–ଧ୍ୟକ୍ଷମାନଙ୍କଦ୍ୱାରା ?’’ ଗୋଟିଏ କାର୍‌ରେ ଦ୍ରୁତବେଗରେ ଚାଲିଲେ, ଜେନେରାଲ ଓୟାଲକାରୀର ହେଡ୍‌ କ୍ୱାଟର୍ସ ବେନ୍ଦୋରଷ୍ଟାସିକୁ ।

 

ଘ ୩-୫୫ ମି:–ଷ୍ଟୁଫେନବର୍ଗ ଧମକରେ ହିଟ୍‍ଲର୍‍ଙ୍କ ମୃତ୍ୟୁ ନିଶ୍ଚିତ ଜାଣି ପ୍ଳାନ ଅନୁଯାଇ ଷଡ଼ଯନ୍ତ୍ରକାରୀ ଅଫିସରମାନେ ଆଗେଇଲେ । ଜେନେରାଲ ଓୟାଲକାରୀଙ୍କ ଟେଲିପ୍ରିଣ୍ଟର ଓ ଟେଲିଫୋନ୍‌ମାନେ ପ୍ରାଣବନ୍ତ ହୋଇ ଉଠିଲେ । ଜର୍ମାନ ଫୁୟେରର ହିଟ୍‍ଲର୍‍ଙ୍କ ମୃତ୍ୟୁସମ୍ବାଦ ଚତୁର୍ଦ୍ଦିଗରେ ବ୍ୟାପିବାକୁ ଲାଗିଲା ଓ ବିଦ୍ରୋହୀ ଶିବିରରୁ ହୁକୁମ୍‍ନାମା ଜାରି ହେଲା–

 

୧.

ଫୁୟେରର ଆଜି ସକାଳେ ନିହତ ହେଲେ ।

 

 

୨.

ଶାସନ କ୍ଷମତା ହସ୍ତଚ୍ୟୁତ ହୋଇ ବର୍ତ୍ତମାନ ଆସିଲା ଜର୍ମାନ ଆର୍ମିଙ୍କ ହସ୍ତକୁ ।

 

 

୩.

ବର୍ତ୍ତମାନ ସମସ୍ତ ଆଦେଶ, ନିର୍ଦ୍ଦେଶ ଆର୍ମି ହେଡ୍‌ କ୍ୱାଟର୍ସରୁ ଦିଆଯିବ ।

 

ସମୟ ୪ଟା-ହିଟଲର ହତ୍ୟାର ଷଡ଼ଯନ୍ତ୍ରକାରୀମାନଙ୍କର ପ୍ରଧାନ ନେତା ଜେନେରାଲ ଓୟାଲକାରୀ, ଜେନେରାଲ ଫ୍ରେଡ଼ିକ ଆଲବ୍ରିଷ୍ଟ ‘ହୋମ୍‌ଆର୍ମି କମାଣ୍ଡର’ (କମାଣ୍ଡର ଅଫ୍‌ ଦି ହୋମୟ ଆର୍ମି) ଫ୍ରିୟଡ଼ରିଥ୍‌ ଫ୍ରୋମଙ୍କ ଅଫିସରେ ପ୍ରବେଶ କଲେ । ଫ୍ରୋମ ଅବଶ୍ୟ ହିଟଲର ହତ୍ୟାର ଷଡ଼ଯନ୍ତ୍ରରେ ଲିପ୍ତ ନ ଥିଲେ । ଜେନେରାଲ ଆଲବ୍ରିଷ୍ଟ ହିଟଲର ନିଧନ ସମ୍ବାଦ ଦିଅନ୍ତି ଜେନେରାଲ ଫ୍ରୋମଙ୍କୁ ଓ ତାଂକ ଅଫିସରୁ ହିଟଲର ହତ୍ୟାର କାହାଣୀ ସର୍ବତ୍ର ପ୍ରଚାର କରିବା ନିମନ୍ତେ ନିର୍ଦ୍ଦେଶ ମଧ୍ୟ ଦିଅନ୍ତି ।

 

ଏହି ଅନବଗତ ମୃତ୍ୟୁ କାହାଣୀ ହଠାତ୍‌ ଭୟବିହ୍ୱଳ ଫ୍ରୋମ କହି ପକାଇଲେ, ‘‘ଫୁୟେରରଙ୍କ ଏ ମୃତ୍ୟୁସମ୍ବାଦ ଆପଣ ପାଇଲେ କିପରି ଓ କେଉଁଠାରୁ ?’’

 

‘‘ଏହି ନିଶ୍ଚିତ ଅପମୃତ୍ୟୁର ସମ୍ବାଦ ସ୍ଵୟଂ ମୁଁ ପାଇଛି ଟେଲିଫୋନ ବାର୍ତ୍ତାରେ ନିଜେ ଫେଲଜିୟେବେଲ୍‌ଙ୍କଠାରୁ ସୁତରାଂ ଏ ସମ୍ବାଦର ସତ୍ୟତାରେ ମୁଁ ସନ୍ଦେହହୀନ । ବର୍ତ୍ତମାନ ହୋମଆର୍ମିର କମାଣ୍ଡର ଭାବେ । ଏହି ହୋମ୍‌ ଅଫିସରୁ ହିଁ ଫୁୟେରରଙ୍କ ମୃତ୍ୟୁ ସମ୍ବାଦ ଘୋଷଣା କରିବାକୁ ହେବ ଓ ଏହାର ପୁରା ପରିଚାଳନା ଭାର କେବଳ ଆପଣଙ୍କର ।’’

 

‘‘ଫ୍ରୋମଂକର ଫୋନ୍‌ ଷ୍ଟାଣ୍ଡରୁ ‘ମାଉଥ୍‌ ପିସ୍‌’ଟି ନେଇ ଆଲବ୍ରିଷ୍ଟ ଡାଏଲ କଲେ କାଇଟେଲଂକ ନମ୍ବରରେ ଓ ଅପର ପାର୍ଶ୍ଵରେ କାଇଟେଲ ମିଳିଲା ମାତ୍ରେ ହିଟଲର ମୃତ୍ୟୁ ସମ୍ବାଦର ସତ୍ୟତା ସମ୍ପର୍କରେ ପଚାରିଲେ, ନିହାତି ବାଜେ ଖବର’ । ଫୁୟେରର ତାଂକର ସମସ୍ତ ବିପଦରୁ ଅଦ୍ଭୁତ ଭାବେ ରକ୍ଷା ପାଇ ବର୍ତ୍ତମାନ ସମ୍ପୂର୍ଣ୍ଣ ଶରୀରରେ ଅଛନ୍ତି । ଫୋନରେ କାକଟେଲେଙ୍କଠାରୁ ଉତ୍ତର ମିଳିଲା ।

 

ଆଲବ୍ରିଷ୍ଟଙ୍କର ମୁଖମଣ୍ଡଳ ଶେତା ପଡ଼ିଗଲା ।

 

ଅନୁଚ୍ଚସ୍ୱରରେ ସେ କହି ଉଠିଲେ, ‘‘ଏହି ସୟତାନ କ’ଣ ଯାଦୁବଳରେ ମୃତ୍ୟୁଲାଭ କରୁନାହିଁ ?’’ (This Levil bears a charmed life against death) ଜେନେରାଲ ଫ୍ରୋମ୍‌ଙ୍କର ଅଫିସରୁ ବାହାର ଆସି ଆଲବ୍ରିଷ୍ଟ ଭାବନାଗ୍ରସ୍ତ ହେଲେ—ଯେଉଁ ଓ ଯେତୋଟି ହୁକୁମ ଜାରି ହୋଇଅଛି ‘ବିଦ୍ରୋହୀ ଆର୍ମି କ୍ୟାମ୍ପ’ (Revolutionary Army Camp) ରୁ ହିଟଲର ସରକାର ବିରୁଦ୍ଧରେ ଓ ଫୁୟେରରଙ୍କ ମୃତ୍ୟୁ ସମ୍ବାଦ ସାହା ପ୍ରଚାରିତ ହୋଇ ସାରିଛି । ସେସବୁ ଫେରାଇ ଆଣି ହେବ କିପରି ? ସର୍ବନାଶ ତ ଯାହା ହେବାର ହୋଇ ସାରିଛି । ବର୍ତ୍ତମାନ ପାଇଁ ଓ ଭବିଷ୍ୟତ ସକାଶେ ତ ପୁଣି ଉପାୟ ଉଦ୍ଭାବନ କରିବାକୁ ହେବ ?

 

ଅପରାହ୍ନ ୪-୩୦ ମିନିଟ୍‌ କାଉଣ୍ଟ ଷ୍ଟୁଫେନ୍‌ବର୍ଗ ବିମାନ ବନ୍ଦରରୁ ସିଧା ସଳଖ ଆସି ଆଲବ୍ରିଷ୍ଟଙ୍କ ଅଫିସରେ ପ୍ରବେଶ କଲେ । କାଉଣ୍ଟ ଯେପରି ଏହି ନୈରାଶ୍ୟ ଝଞ୍ଜାରେ ଏକ ମର୍ମସ୍ପର୍ଶି ମଳୟ ବାହି ପବନ ଏହି ଘୋର ଅନ୍ଧକାର ମଧ୍ୟରେ ଏକ ଝଲକ ଦାମିନୀର ଆଭା । ଦୁଃସହ କଷ୍ଟ ମଧ୍ୟରେ କଷ୍ଟନାଶକ ମଲମ ପରି । ଏହି ସନ୍ଦେହ, ସଂଶୟ, ଭବିଷ୍ୟତ ଆଶା ବା ନୈରାଶ୍ୟ, ବିଶ୍ଵାସ ଅବିଶ୍ଵାସର କୁହୁଡ଼ି ମଧ୍ୟରେ ସେ ପେପରି ଏକ ଝଲକ ଉଜ୍ଜ୍ୱଳ ସୂର୍ଯ୍ୟାଲୋକ । ଷ୍ଟୁଫେନବର୍ଗ ତାଂକ କଥାରେ ସମସ୍ତଙ୍କର ଭୟ; ଭ୍ରାନ୍ତି ଦୂର କରନ୍ତି । ସେ ଅତି ନିକଟରୁ ମ୍ୟାପ୍‌ରୁମରେ ଭୟାବହ ବୋମାର ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିଥିଲେ, ମ୍ୟାପ୍‌ରୁମ ଓ ତତସନ୍ନିହିତ ଘରଗୁଡ଼ିକର ପ୍ରଳୟକରି ଧ୍ୱଂସଲୀଳାର ସ୍ୱରୂପ ମଧ୍ୟ ଦେଖିଥିଲେ । ତନ୍ନମଧ୍ୟସ୍ଥ ଫୁୟେରରଂକ ଏହି ବୋମା ବିସ୍ଫୋରଣ ପରେ ଜୀବିତ ରହିବାର ଚିନ୍ତା କରାଯାଏନା ! ଏହି ଧ୍ୱଂସ, ଧ୍ୱନି ମଧ୍ୟରେ ମନୁଷ୍ୟ କଥା ଦୂରେ ଥାଉ–ମଶା, ମାଛି ଓ ପିମ୍ପୁଡ଼ି ମଧ୍ୟ ବଞ୍ଚି ରହିବା ଅସମ୍ଭବ ।

 

କାଉଣ୍ଟ ପୁଣି କହିବାକୁ ଲାଗିଲେ, ‘‘ତୁମେ କେହି ହୃଦୟଙ୍ଗମ କରିପାରୁନା ଯେ ଖାଲି ଦ୍ୱିଧାଗ୍ରସ୍ତ ହୋଇ କାଇଟେଲ ଅଯଥା ସମୟ ନଷ୍ଟ କରୁଛନ୍ତି । ଏଥର ତୁମ୍ଭେମାନେ ଜାଗିଉଠ ବନ୍ଧୁଗଣ ! ଜର୍ମାନୀର ରକ୍ଷାଲାଗି, ଦେଶର ହିତଲାଗି ତୁମ୍ଭମାନଙ୍କ ଉପରେ ନ୍ୟସ୍ତ ଥିବା କର୍ତ୍ତବ୍ୟମାନଙ୍କୁ ନିସ୍ଵାର୍ଥତ୍ସବରେ ଆଗେଇ ନିଅ ସଫଳତା ଦିଗରେ । ଜର୍ମାନ ସରକାରର ପରିବର୍ତ୍ତନ ଲାଗି ବର୍ତ୍ତମାନ ହିଁ ଉପଯୁକ୍ତ ସମୟ । ବର୍ଲିନରେ ସରକାର ପରିବର୍ତ୍ତନ ତୁରନ୍ତ କର-ସମସ୍ତ ସରକାର ଫାଇଲ୍‌ ଓ କାଗଜପତ୍ର ଦଖଲ ଅତିଶୀଘ୍ର କର । ଘୋଷଣା କରାଅ ଯେ ସମସ୍ତେ ଯେପରି କେବଳ ଏହି ନବୀନ ‘ଆର୍ମି’ ସରକାରଙ୍କଠାରୁ ସମସ୍ତ ଆଦେଶ, ନିର୍ଦ୍ଦେଶ ଗ୍ରହଣ କରନ୍ତି । ବନ୍ଧୁଗଣ ! ସମସ୍ତେ ସମସ୍ୱରରେ କହିଉଠ, ‘ଜୟ ଜର୍ମାନୀର ଜୟ’, ‘ଆର୍ମି ସରକାର ଜିନ୍ଦାବାଦ’ । ଅତି ଉତ୍ସାହିତ ହୋଇ ଉପସ୍ଥିତ ସମସ୍ତେ ଏହା ସମସ୍ୱରରେ ଗାଇ ଉଠିଲେ ।

 

ସମୟ ୪-୦୫ ମି:–ଆଲବ୍ରେଷ୍ଟଙ୍କୁ ସଙ୍ଗରେ ନେଇ କାଉଣ୍ଟ ଷ୍ଟୁଫେନବର୍ଗ ଜେନେରାଲ ଫ୍ରୋମଙ୍କ ଅଫିସକୁ ପ୍ରବେଶ କଲେ । ଫ୍ରୋମଙ୍କୁ କହିଲେ ଯେ ଫୁୟେରର ମୃତ୍ୟୁରେ ସନ୍ଦିଗ୍ଧ ହେବାର କୌଣସି କାରଣ ନାହିଁ । ଯେହେତୁ କାଉଣ୍ଟ ନିଜେ ସେହି ମ୍ୟାପ ରୁମରେ ବୋମା ବିସ୍ଫୋରଣର ଜଣେ ଚାକ୍ଷୁଷ ସାକ୍ଷୀ । ସେ ଜଡ଼ିତ ବେଗରେ, ଯେଉଁ ଶବ୍ଦ ବଜ୍ରନିନ୍ଦି ଧ୍ୱନିରେ ‘ଗଧିଆ ଗୁହାସ୍ଥ’ ମ୍ୟାପ ତୁମରେ ବୋମା ବିସ୍ପୋରଣ ହୋଇ ସମସ୍ତ ଧ୍ୱଂସପ୍ରାପ୍ତ ହେଲା । ଏହି ବିସ୍ଫୋରଣ ପରେ ମଣିଷ ତ ମଣିଷ ସେଠି କୀଟପତଙ୍ଗ ମଧ୍ୟ ଜୀବିତ ନ ଥିବେ ।

 

ସ୍ପ୍ରିଙ୍ଗଲଗା ପୁତ୍ତଳିକା ପରି ବସିଥିବା ଚୌକୀରୁ ସହସା ଲମ୍ଫପ୍ରଦାନ କଲେ ଜେନେରାଲ ଫ୍ରୋମ । ସେତେବେଳେ ତାଙ୍କର ଶ୍ଵାସରୁଦ୍ଧ ହେଲା ପରି ମନେ ହେଉଥିଲା । ସେ ଯେପରି କଷ୍ଟରେ କହି ଉଠିଲେ, ‘‘ଭଦ୍ର ମହୋଦୟଗଣ ! ଆପଣମାନଙ୍କର ବିଦ୍ରୋହ ଅସଫଳ ହୋଇଅଛି । ଆପଣମାନଙ୍କର କଳ୍ପନା ଓ ପ୍ରୟାସ ଏସବୁ ଅଙ୍କୁରରୁ ବିନଷ୍ଟ ହୋଇଅଛି । ଫୁୟେରରଙ୍କ ବିନାଶ ସାଧନ ହୋଇନାହିଁ । ସେ ସମ୍ପୂର୍ଣ୍ଣ ସୁସ୍ଥ ଶରୀରରେ ବଞ୍ଚିଛନ୍ତି । ଏଥର ଆପଣମାନେ ନିଜକୁ ବଞ୍ଚାଇବାର ଚେଷ୍ଟା କରନ୍ତୁ । ଆପଣମାନେ ଜାଣନ୍ତି ‘କ୍ଷମା’ ଶବ୍ଦର ସ୍ଥାନ ଦୁର୍ଦ୍ଦାନ୍ତ ହିଟ୍‍ଲର୍‍ଙ୍କ ହୃଦୟରେ ନାହିଁ ।

 

ଏଥର ଅପମାନଜନକ ମୃତ୍ୟୁଠାରୁ ଆପଣମାନେ ନିଜକୁ ନିଜେ ଗୁଳି କରି ନିଶ୍ଚିନ୍ତରେ ମରନ୍ତୁ । ଷ୍ଟୁଫେନବର୍ଗ କିଛି ଉତ୍ତର ଦେବା ପୂର୍ବରୁ ଅଲବ୍ରିଷ୍ଟ ଆଗେଇ ଯାଇ କହିଲେ, ଜେନେରାଲ ସାହେବ, ସମସ୍ତ ଜର୍ମାନୀ ସମ୍ପୂର୍ଣ୍ଣଭାବେ ବିନିଷ୍ଟ ହେବା ପୂର୍ବରୁ ବର୍ତ୍ତମାନ ଯେତେଟିକେ ତା’ର ଆଭିଜାତ୍ୟ, ସାମର୍ଥ୍ୟ ଓ ଅବଶିଷ୍ଟ ସାମ୍ରାଜ୍ୟ ଅଛି, ତାହାକୁହିଁ ରକ୍ଷା କରିବାର ଏହା ପ୍ରକୃଷ୍ଟ ସମୟ-।’’

 

ଜେନେରାଲ ଫ୍ରୋମ ରାଗିଯାଇ କହିଲେ, ‘‘ତୁମେ ଦୁଇଟାଯାକ ଅପଦାର୍ଥ, ବିଶ୍ୱାସଘାତକ ଓ ମିଥ୍ୟାବାଦୀ । ମୁଁ ତୁମ୍ଭମାନଙ୍କୁ ଦେଶଦ୍ରୋହ ଅପରାଧରେ ଗିରଫ କଲି ।’’

 

ଫ୍ରୋମ ଓ ଷ୍ଟୁଫେନ୍‌ବର୍ଗଙ୍କ ମଧ୍ୟରେ ଧରାଧରି ଓ ମରାମରି ଲାଗିଗଲା । ମାଂସଳ, ଚର୍ବିବହୁଳ, ବଜିବର୍ଦରୁ ଚେହେରା ବିଶିଷ୍ଟ ଜେନେରାଲ ଫ୍ରୋମ କାଉଣ୍ଟ ଷ୍ଟୁଫେନବର୍ଗଙ୍କୁ ପରାଜୟ କରିବାକୁ ସକ୍ଷମ ନ ହେବେ ବା କାହିଁକି ? କାଉଣ୍ଟ ଅଧୁନା କେବଳ ଏକଚକ୍ଷୁ ଓ ଏକ ହସ୍ତବିଶିଷ୍ଟ ତାଙ୍କର ପଦଯୁଗଳ ମଧ୍ୟ ଏକାଧିକ ସ୍ଥାନରେ ଭଙ୍ଗାଜୋଡ଼ା । ଏହିପରି ଶାରୀରିକ କ୍ଷମତା ହରାଇ ଷ୍ଟୁଫେନବର୍ଗ ସମ୍ପ୍ରତ୍ତି ତାଙ୍କର ଅସାଧାରଣ ମାନସିକ ବଳରେ କେବଳ ଚଳୁଛନ୍ତି । ବଳବାନ ଫ୍ରୋମ ଷ୍ଟୁଫେନବର୍ଗଙ୍କୁ ଏକ ମୁଷ୍ଟ୍ୟାଘାତରେ ଧରାଶାୟୀ କରି, ନିଜକୁ ତାଙ୍କ କବଳରୁ ମୁକ୍ତ କଲେ । ଏହି ସମୟରେ ଗୁଳିଭରା ପିସ୍ତଲ ହସ୍ତରେ ସେଠାରେ ପ୍ରକାଶ କଲେ କାଉଣ୍ଟଙ୍କର ଏକାନ୍ତ ଅନୁଗତ ଆଡ଼ଯୁଟାଣ୍ଟ ହାୟେଫଟେନ । ଜେନେରାଲ ଆଲବ୍ରିଷ୍ଟ, କର୍ଣ୍ଣେଲ ଷ୍ଟୁଫେନବର୍ଗ ଓ ତାଙ୍କର ଆଡ଼ଯୁଟାଣ୍ଟ ତିନିହେଁ ମିଶି ଫ୍ରୋମଙ୍କୁ କାବୁକରି ଗିରଫ କଲେ ଓ ତାଙ୍କ ଆଡ଼ଯୁଟାଣ୍ଟ ଅଫିସରେ ବନ୍ଦ କରି ରଖିଲେ ।

 

ଅପରାହ୍ନ ୫ଟା-କାଉଣ୍ଟ ଷ୍ଟୁଫେନବର୍ଗ ଆର୍ମି କର୍ଣ୍ଣେଲରୂପେ ପ୍ରତ୍ୟେକ ଆର୍ମି ଅଫିସରଙ୍କୁ (ଆର୍ମ ଗାର୍ଡ) ଜଗୁଆଳି ଭାବେ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଲେ । କ୍ଷିଣ ଜ୍ୟୋସ୍ନାର ସନ୍ଧ୍ୟା–ଘନ କୁହେଳିକାର ଅନ୍ତରାଳରେ ସବୁକିଛି ଅସ୍ପଷ୍ଟ ଦିଶୁଛି । ଅଫିସରମାନେ ଧାଁ’ଧପଡ଼ରେ, ଧ୍ୱସ୍ତାଧ୍ୱପ୍ତିର କାରଣ ପରିଷ୍କାର ବୁଝି ପାରୁ ନାହାନ୍ତି କମାଣ୍ଡର ବ୍ରେକଙ୍କୁ ମଧ୍ୟ ଦେଖାଯାଉଛି କିନ୍ତୁ ପ୍ରକୃତରେ ନେତୃତ୍ୱ ଓ ନିର୍ଦ୍ଦେଶ ଦେଉଛନ୍ତି କର୍ଣ୍ଣେଲ କାଉଣ୍ଟ ଷ୍ଟୁଫେନବର୍ଗ ।

 

ଅପରାହ୍ନ ୫-୧୫-ସମ୍ବାଦ ବିଶେଷ ଉତ୍ତମ ବିଦ୍ରୋହୀବାହିନୀଙ୍କ ପକ୍ଷେ । ଓୟାଲ କାଇରୀଙ୍କ ସମର୍ଥକମାନଙ୍କ ଭିଏନାରେ ନାଜିମାନଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରି ଦେଇଛନ୍ତି-। ବର୍ଲିନରେ ମଧ୍ୟ ପ୍ରଧାନ ଘାଟିଗୁଡ଼ିକ ଓ ସରକାରୀ ସଂସ୍ଥାଗୁଡ଼ିକ ଅଧିକାର କରିବାରେ ଲାଗିଛନ୍ତି-

 

ଏହି ସମୟରେ ଗଗନ ପବନ ଭେଦ କରି ଆକାଶବାଣୀର ସରକାର ସମ୍ବାଦରେ ଧ୍ୱନିତ ହେଲା–

 

‘‘ଫୁୟେରାର ଜିନ୍ଦାବାଦ

ହେର ହିଟଲର ଜିନ୍ଦାବାଦ୍‌ ।’’

Image

 

ମୃତ୍ୟୁଞ୍ଜୟୀ ହିଟଲର

(କଳ୍ପିତ କବିତା)

 

ଆକାଶବାଣୀ ସଙ୍ଗୀତ ତରଙ୍ଗ ବର୍ଲିନ ନଗରୀରୁ ଭାସି ଆସିଲା ହିଟ୍‍ଲର୍‍ଙ୍କ ପ୍ରଶସ୍ତି ଓ ଜୟଗାନ :-

 

ହେର୍‌ ହିଟଲର୍‌ ଜୟ

ମୃତ୍ୟୁ ଯାହାର ସମିପେ ନ ଆସେ ଅପମାନେ କରି ଭୟ

ଜୟ, ଫୁୟେରର ଜୟ ।

ଦୁଶ୍‌ମନ ଯା’ର ଭୟେ ଥରହର

ଇରାଜୀ, ଫରାସୀ ଇଉରୋପର,

ଗର୍ବି ମାର୍କିନ କାରରେ ଡାକଇ ତ୍ରାହି ତ୍ରାହି ରବରେ ।

ଜୟ ହିଟଲର ଜୟ

ଜୟ ଫୁୟେରର୍‌ ଜୟ ।

ଯାହାର ପ୍ରତାପ-ପ୍ରଭା ଅନୁସରି

ବନ୍ଧୁତ୍ୱର ହସ୍ତ ବଡ଼ାଏ ଇଟାଲି,

ଧରାପୃଷ୍ଠେ ପରା ନ ହେବ କେ ସରି

ନାଜି ଫୁୟେରର, ଜର୍ମାନ-କେଶରୀ

ନାହିଁ ମୃତ୍ୟୁ ଯା’ର ନାହିଁ ପରାଜୟ,

ଜୟ ମୃତ୍ୟୁଞ୍ଜୟୀ ହିଟ୍‍ଲର୍‍ଙ୍କ ଜୟ ।

ଜୟ ଫୁୟେରର ଜୟ

ବୀର ହିଟଲର ଜୟ

ଯାପାନ ଯାହାରେ ମିତ୍ରତା-ମମତା-ପାଶେ

ବାନ୍ଧେ କରି ଭୟ

ଆଡ଼ଲଫ୍‌ ହିଟଲର ଜୟ ।

ଧନ୍ୟ ସେ ବର-ସନ୍ତାନ

ଧନ୍ୟ ସେ ବୀର-ସନ୍ତାନ

ପିତୃଭୂମିର ଗୌରବ ଲାଗି ଯୁଦ୍ଧେ ସେ ଆଗୁଆନ,

ଜରମାନ-ପିତା ଯା’ର ବଳେ ଆଜି ବିଶ୍ୱେ ବଳିୟାନ୍‌ ।

ମରଣ ଯାହାରେ ବରଣ ନ କରି ଲାଜେ ଆଗେ ପରାଜୟ

ହେର୍‌ ହିଟଲର୍‌ ଜୟ

ଜୟ ଫୁୟେରର ଜୟ ।

ଅଜୟ, ଅମର ହୋଇ ଦୀର୍ଘଜୀବେ

ମହା କୀର୍ତ୍ତିଶାଳି ହୋଇ ରହ ଭବେ

ଜର୍ମାନ ଜାତିର ଜନକହେ ଦେବ, ଧନ୍ୟ ତୁମେ ମୃତ୍ୟୁଞ୍ଜୟ

ଜୟ ହିଟଲର ଜୟ, ଜୟ ଫୁୟେରର୍‌ ଜୟ

ଜୟ ପିତୃଭୂମି ଜୟ, ଜୟ ଜର୍ମାନୀର ଜୟ ।

 

ହିଟଲର ଜୀବିତ । ହିଟଲର-ଶାସନର ପୁନଃପ୍ରତିଷ୍ଠା କରାଗଲା ।

 

ଅଧୁନା ରାଇଖ-କମିଶନର ରୂପେ ନିଯୁକ୍ତି ପାଇଲେ ଜୋସେଫ୍‌ଗୋୟେବେଲସ । ତାଙ୍କର ଗ୍ରେପ୍ତାରି ଇତ୍ୟାଦି ଆଦେଶ କାର୍ଯ୍ୟକାରୀ କରିବାକୁ ହେବ । ପ୍ରସଦୟେତସଲ୍ୟାଣ୍ଡ ଗାଡ଼ି ବାଟାଲିୟନର କମାଣ୍ଡର ମେଜର ଅଟୋକରମାରଙ୍କୁ । ଏହି କାର୍ଯ୍ୟଟି କିପରି ଭାବରେ ହାସଲ କରିବାକୁ ହେବ, ଏହା ଚିନ୍ତା କରି ସେ ତାଙ୍କର ଜଣେ ତରୁଣ ‘ଷ୍ଟାଫ୍‌-ଲେଫ୍‍ନାଣ୍ଟ’ ସହିତ ଆଲୋଚନା ଚଳାଇଲେ । ଲେଫ୍‍ଟନାଣ୍ଟ ପ୍ରସ୍ତାବ ଦେଲେ ସେ ଆଗେ ବ୍ୟାପାରଟି ଜେନେରାଲ ଗୋୟେବେଲ୍‌ଙ୍କଠାରୁ ବୁଝାଯାଉ ଓ ଏହି ଯୁକ୍ତିର ସମର୍ଥନ ମେଜରଙ୍କଠାରୁ ପାଇ ଉକ୍ତ ଜେନେରାଲ ସହିତ ଦେଖା କଲେ ଓ ସେଠାରୁ ଫେରିଆସି ଅଟୋରୋମାରଙ୍କୁ ଜଣାଇଲେ ଯେ ହିଟଲର ବିପଦୋନ୍ମୁକ୍ତ ହୋଇ ସୁସ୍ଥ ଶରୀରରେ ଅଛନ୍ତି ଓ ନାଜି ଦଳର ପୁନର୍ବିନ୍ୟାସ କରି ବିଦ୍ରୋହ ଦମନ କରୁଛନ୍ତି । ସେ ମଧ୍ୟ ମେଜରଙ୍କୁ ଖବର ଦେଲେ ଯେ କୌଣସି ଆଲୋଚନା ଲାଗି ଜେନେରାଲ୍‌ ବ୍ୟକ୍ତିଗତ ଉପସ୍ଥିତିର ଇଚ୍ଛା କରନ୍ତି ।

 

ଏହା ଶୁଣି ରେମାର ଶୀଘ୍ର ଛୁଟି ଚାଲନ୍ତି ଜେନେରାଲ ଗୋୟେବେଲ୍‌ସଙ୍କର ଅଫିସ ମଧ୍ୟକୁ । ଗୋୟେବେଲ୍‌ସ ତାଙ୍କୁ ଦେଖି ବିଦ୍ରୁପ କରି କହିଲେ, ‘‘କିହୋ, ହାତକଡ଼ି ଆଣି ନାହିଁ ଯେ ମୋତେ ‘ଆରେଷ୍ଟ’ କରିବାକୁ ଆସୁଛ ତ ?’’

 

ବିସ୍ମୟରେ ଚମକି ଉଠନ୍ତି ରେମାର ଓ କହନ୍ତି, ‘‘ନା’ ସାର ଏହା କ’ଣ ମୋ ପକ୍ଷେ ସମ୍ଭବ ? ମୁଁ ଆପଣଙ୍କୁ ଆମ ଫୁୟେରରଙ୍କ ସମ୍ପର୍କରେ ପଚାରିବାକୁ ଆସୁଛି । ତାଙ୍କର ‘ମୃତ୍ୟୁ’ ଜନରବ କଅଣ ସତ୍ୟ ?’’

 

‘‘ନା ମେଜର, ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଯଦିଓ ମ୍ୟାପ ରୁମ ବୋମା-ମାଡ଼ରେ ବିଧ୍ୱଂସ୍ତ ହୋଇଥିଲା, ତନ୍ମଧ୍ୟରେ ଥିବା ଅନ୍ୟ ସମସ୍ତ ଅଫିସର ମୃତ୍ୟୁମୁଖରେ ପତିତ ହେଲେ ଦାରୁଣ ଶୋଚନୀୟଭାବେ, କେବଳ ଆମ ଫୁୟେରରଙ୍କ ଛଡ଼ା ।’’ କହିଲେ ଜେନେରାଲ ସାହେବ ।

 

ନିଶ୍ଚୟ, ମୁଁ ଏହି ଦୁଇ ମିନିଟ୍‌ ପୂର୍ବରୁ ‘ଗଧିଆ ଗୁହା’ (Wolf’s den)କୁ ଫୋନ କରି ଫୁୟେରଙ୍କ ସହିତ କଥା ହୋଇଥିଲି । ତୁମେ ମଧ୍ୟ, ବିଶ୍ଵାସ ଲାଗି ହିଟ୍‍ଲର୍‍ଙ୍କ ସହିତ ଡାଇରେକ୍ଟ କଥା ହୋଇପାରେ ।’’ କହିଲେ ଜେନେରାଲ, ରେମାରଙ୍କର ପ୍ରଶ୍ନର ଉତ୍ତର ସ୍ଵରୂପ । ଫୋନ ଗଧିଆଗୁହାକୁ କନେକ୍ଟ କରି ଜେନେରାଲ ଗୋୟେଲବେଲସ୍‌ ହିଟଲରଙ୍କୁ ଜଣାଇଲେ, ‘‘ମେଜର ଅଟୋରେମାର ଫୁୟେରରଙ୍କ ସହିତ କଥା ହେବାକୁ ଚାହାନ୍ତି ।’’ ଏହା କହି ‘ଟେଲିଫୋନ’ର ମାଉଥ୍‌ପିସ୍‌ଟି ମେଜର ହସ୍ତେ ଦେଲେ । ଲାଇନ ସେପାରିରୁ ହିଟଲଇଙ୍କ ପରିଚିତ କଣ୍ଠସ୍ଵର ଶୁଣାଗଲା, ‘ମେଜର ରେମାର ! ମୋର କଥା ଶୁଣି ପାରୁଛ ?

 

‘‘ଆଜ୍ଞା ମୋର ଫୁୟେରାର, ନିଶ୍ଚିତ ଓ ପରିଷ୍କାର ଭାବରେ ।’’ ମେଜର ଉତ୍ତର ଦେଲେ-

 

‘ଶୁଣ ରେମାର୍‌, ଏଣିକି ଯେ ଆଦେଶ ଦେବି, କେବଳ ମୁଁ ନିଜେ ଓ ସିଧାସଳଖ ଭାବେ (directly) ଅନ୍ୟ କାହାର କୌଣସି ଆଦେଶ, ନିର୍ଦ୍ଦେଶ ନୁହେଁ । ମୋର ଆଦେଶ ଅତ୍ୟନ୍ତ ବିଶ୍ୱସ୍ତ ଭାବରେ ସମସ୍ତ ସାମର୍ଥ୍ୟ ଦେଇ ଯେପରି ପାଳିତ ହୁଏ, ଏହା ମୁଁ ଚାହେଁ । ବିଶ୍ୱସ୍ତ ଭାବେ ଆଦେଶ ପାଳନରେ ଅଛି ଉପଯୁକ୍ତ ପୁରସ୍କାର, ଏଥିର ବ୍ୟତିରକେ କଠୋରତ୍ତମ ଶାସ୍ତି । ତୁମେ ମୋର କାର୍ଯ୍ୟପ୍ରଣାଳି ତ ଭଲଭାବେ ଜାଣ । ହଁ ଶୁଣ, ବର୍ତ୍ତମାନ ପାଇଁ ମୋର ଏତିକି ଆଦେଶ ଶୁଣ-ବିଦ୍ରୋହ ଶତୃଦଳଙ୍କର ମୋର ମୃତ୍ୟୁ ଅପପ୍ରଚାର ବନ୍ଦ କର, ସେମାନଙ୍କୁ ସରକାର ଦପ୍ତରମାନଙ୍କୁ ପ୍ରଦେଶ ବା ଅଧିକାର କରିବାକୁ ଦିଅ ନାହିଁ, ଯେଉଁଠି ଯାହାକୁ ଆବଶ୍ୟକ କର (କେବଳ ଅଣନାଜିମାନଙ୍କୁ) ତୁମେ ଆରେଷ୍ଟ କରିପାର—ପ୍ରଥମରେ ‘ଶାନ୍ତିଭଙ୍ଗ ନିମିତ୍ତ’ ଓ ଦ୍ୱିତୀୟତଃ ‘ଦେଶ-ଦ୍ରୋହ’ ଅପରାଧରେ । ବୁଝିଲ, ତୁମେ ଯେଉଁଠାରେ ଅସାଧ୍ୟ ବା ସନ୍ଧିଗ୍ଧ ମନେ କରିବ ସେଠାରେ ସିଧାସଳଖ ଭାବରେ ଫୋନ କରି ମୋଠାରୁ ପରମର୍ଶ ବା ଆଦେଶ ନେବ । ମୋତେ ଟେଲିଫୋନ କରିବାକୁ ଦ୍ୱିଧାଗ୍ରସ୍ତ ବା ସଙ୍କୁଚିତ ହେବନାହିଁ ।’ ଫୋନରେ ନିର୍ଦ୍ଦେଶ ଦେଲେ ହେର୍‌ ହିଟଲ୍‌ର ।

 

‘ଯଥା ଆଜ୍ଞା, ମହା-ମାନ୍ୟବର ଫୁୟେରର, ତାହାହିଁ ହେବ ନିଶ୍ଚିନ୍ତ ଭାବରେ–‘ଫୁୟେରର୍‌ ଜିନ୍ଦାବାଦ’ କହି ଫୋନ ଛାଡ଼ିଲେ ମେଜର ରେମାର୍‌ । ମେଜର୍‌ ରେମାରଙ୍କୁ ଚାହିଁ କିଏ ହସି ଦେଲେ ଜେନେରାଲ ସାହେବ ।

 

ରୋମେର୍‌ ନିଜର ଅଫିସକୁ ଫେରିଯାଇ ନିଜର ପୂର୍ଣ୍ଣ ବାଟଲିଅନ, ଅଫିସର ଓ ସୈନ୍ୟବଳକୁ ଡକାଇଲେ । ସେମାନଙ୍କୁ କହିଲେ ଯେ ‘ଫୁୟେରର ଜୀବିତ ଓ ସୁସ୍ଥ ଅଛନ୍ତି–ହିଟଲର ବିରୋଧି ସବୁ ପ୍ରକାର ଅପପ୍ରଚାର ବନ୍ଦ କରିବାକୁ ହେବ ଓ ଅପପ୍ରଚାରିମାନଙ୍କୁ ତୁରନ୍ତ ଗ୍ରେପ୍ତାର କରି ମୋର ନିକଟକୁ ଆଣିବ ।’ ଅପପ୍ରଚାରିମାନଙ୍କର ସମ୍ପୂର୍ଣ୍ଣ ତାଲିକା କରି ଆଣିବା ଲାଗି ମଧ୍ୟ ସେ ତାଙ୍କର ଅଫିସରମାନଙ୍କ ଜରୁରି Express order ନିର୍ଦ୍ଦେଶ ଦେଲେ, ପୁଣି ସେମାନଙ୍କୁ ଚେତାଇ କହିଲେ ଯେ ‘ପ୍ରଚାର ଯେପରି ବିପରିତ ମୁଖି ହୁଏ—ହିଟଲର୍‌ ବିରୋଧି ଜୁଆର ଯେପରି ସମ୍ପ୍ରତ୍ତି ଭଟ୍ଟାଭାବେ ଫେରିଯାଏ ।

 

ଘ୬-୪୫ ମିନିଟ-‘ଦୟେତ୍‌ନଲ୍ୟାଣ୍ଡ’ ରେଡ଼ିଓ ଘୋଷଣା କରେ-ଫୁୟେରରଙ୍କର ଜୀବନନାଶର ଷଡ଼ଯନ୍ତ୍ର ଓ ପ୍ରୟାସର ବ୍ୟର୍ଥ ହୋଇଛି ଏବଂ ସେ ସୁସ୍ଥ ଶରୀର ଓ ପୂର୍ଣ୍ଣ ଉଦ୍ୟମରେ ନିଜର ସମସ୍ତ କର୍ମ ସମ୍ପାଦନ କରୁଛନ୍ତି ।

 

ସେ ସମସ୍ତ ସୈନାଧ୍ୟକ୍ଷମାନେ ଜେନେରାଲ୍‌ ଓୟାଲକାଇରିଙ୍କର ନିର୍ଦ୍ଦେଶରେ ହିଟଲର ବିରୋଧି ଅଭିଯାନକୁ ଆଗେଇ ନେଉଥିଲେ, ସେମାନେ ଅଧୁନା ବିବିଧ ସ୍ଥାନରୁ ଜେନେରାଲଙ୍କୁ ଫୋନକଲ (Phone-call) ଯୋଗେ ବିବ୍ରତ ଓ ବ୍ୟତିବ୍ୟସ୍ତ କରି ପକାଇ ନାନାପ୍ରକାର କାରଣ ଓ କୈଫିୟତ୍‌(କ୍ଳାଈଫିକେସନ୍‌) ମାଗୁଛନ୍ତି : ଅଧୁନା ସେମାନେ କି ଆଦେଶ ଓ କାହାର ଆଦେଶ ପାଳନ କରିବେ । ସେମାନେ କ’ଣ ସେମାନଙ୍କର ଫୁୟେରରଙ୍କ ମୃତ୍ୟୁ ଉପରେ ବିଶ୍ୱାସ କରିବେ ? ନା ତାଙ୍କର ଜୀବିତାବସ୍ଥାର ଉପରେ ଆସ୍ଥା ସ୍ଥାପନ କରିବେ ? ସତ୍ୟ କେଉଁଟା, ମିଛ ବା କିଏ-ଏହା ରେଡ଼ିଓ ଘୋଷଣା ନା ଆପଣଙ୍କ ହିଟଲର ମୃତ୍ୟୁର ସମ୍ବାଦ ?’

 

ନିକଟସ୍ଥ କାଉଣ୍ଟ ଷ୍ଟୁଫେନବର୍ଗ କିନ୍ତୁ ପ୍ରତ୍ୟେକ ଟେବୁଲରୁ ଫୋନ ଉଠାଇ ଉତ୍ତର ଦେଉଥାନ୍ତି, ‘ଫୁୟେରରଙ୍କର ମୃତ୍ୟୁ ସମ୍ବାଦ ହଁ ସତ୍ୟ, ତେଣୁ କାଉଣ୍ଟ ନିଜେ ଏହାର ଚାକ୍ଷୁଷ ସାକ୍ଷି ଅଟନ୍ତି । ରେଡ଼ିଓ ଘୋଷଣାଟା ଜାଲ ନିଶ୍ଚୟ, ତେଣୁ ଏହା ମିଥ୍ୟା ଅଟେ ।

 

ଅଫିସରମାନେ ନିଜ ନିଜ ଆଲୋଚନାରେ କୌଣସି ଠିକ୍‌ ନ କରିପାରି ନିଜେ ନିଜର ରୁମ୍‌ରେ ଆଶ୍ରୟ ନେବାକୁ ଗଲେ ।

 

ରାତି ୯-୧୦-ହିଟଲର ବିରୁଦ୍ଧରେ ‘ଓୟାଲ କାଇରି’–ପରିକଳ୍ପନା ଦିନେ ସବୁ ଅଣନାଜି ଅଫିସରମାନଙ୍କ ସମବେତ ପରିକଳ୍ପନା ଓ କର୍ମ ହୋଇଥିଲେ ହେଁ ବର୍ତ୍ତମାନ ହିଟ୍‍ଲର୍‍ଙ୍କର ପୁନଭ୍ୟୁଦୟରେ ଯେତେ ଦୋଷ ସବୁ ପଡ଼ିଲା କାଉଣ୍ଟ ଷ୍ଟୁଫେନବର୍ଗ ତାଙ୍କର ଅଡ଼ଯୁଟାଣ୍ଡ ହାଏପଟେନ, ଜେନେରାଲ ଆଲବ୍ରିଷ୍ଟ ପ୍ରଭୃତି କେତୋଟି ଉଚ୍ଚପଦସ୍ଥ ଅଣନାଜି ଆର୍ମି ଅଫିସରଙ୍କ ମସ୍ତକରେ । ଅନ୍ୟମାନେ ସମସ୍ତେ ନିଜ ନିଜକୁ ଆନନ୍ଦିତ ଓ ଅକଳଙ୍କିତ ଅପସାରଣରେ ପ୍ରୟୋଗରେ ରହିଲେ । ସେମାନେ ନିଜକୁ ଧରା ନ ପକାଇ ବିଦ୍ରୋହ ସ୍ରୋତର ବିପରୀତାଭିମୁଖୀ ହେବାକୁ ଲାଗିଲେ । ବିଦ୍ରୋହର ପୂର୍ବ ପରିକଳ୍ପନା ଅନୁଯାଇ ଅଧୂନା ସାମରୀକ-ଟ୍ରେନିଂ ଶିକ୍ଷାର୍ଥୀମାନେ ଯୋଗ ଦେଲେ ନାହିଁ କି ସ୍ଥଳ-ବାହିନୀର ‘ଟ୍ୟାଙ୍କ ଡିଭିଜନ’ ମଧ୍ୟ ବିଦ୍ରୋହରେ ସହଯୋଗ ଦେବାକୁ ଆସିଲେ ନାହିଁ । ମନେହୁଏ ସମ୍ପ୍ରତ୍ତି ଭାଗ୍ୟଚକ୍ର ଘୂରି ଯାଇଛି–ହିଟ୍‍ଲର୍‍ଙ୍କ ସପକ୍ଷରେ ବିଦ୍ରୋହୀମାନଙ୍କ ବିପକ୍ଷରେ ।

 

ହିଟ୍‍ଲର୍‍ଙ୍କ ବିଶ୍ୱସ୍ତ ବନ୍ଧୁ ଓ ବିଶିଷ୍ଟ ସହକାର, ରାଜନୈତିକ ‘ଷ୍ଟୋରତସିନ’ ଇତିମଧ୍ୟରେ ହିଟ୍‍ଲର୍‍ଙ୍କ ତରଫରୁ ଆସି, ଇତି ମଧ୍ୟରେ ବର୍ଲିନର ପହଞ୍ଚି ସାରିଛନ୍ତି ଏବଂ ହିଟଲଙ୍କର ସପକ୍ଷରେ ଚାବି ମୋଡ଼ୁଛନ୍ତି । ଶକ୍ତି ଓ ଅନୁକୁଳ ଲୋକମତ ସଂଗ୍ରହ କରୁଛନ୍ତି । ସେ ମଧ୍ୟ ଗୋପନରେ ବିଦ୍ରୋହି ନେତାମାନଙ୍କ ନାମ ସଂଗ୍ରହ କରୁଛନ୍ତି ଓ ଏହି ବିଦ୍ରୋହ ଦମନର ନାଜିମାନଙ୍କ ନେତୃସ୍ଥାନୀୟ ଲୋକ ନାଜି ସେନାଧ୍ୟକ୍ଷ ଓ ସେନାମାନଙ୍କୁ ଉତ୍ସାହ ପ୍ରଦାନ କରୁଛନ୍ତି ସ୍ଵଳ୍ପ ସମୟ ମଧ୍ୟରେ ‘ସ୍କୋର୍ତ୍ତସିନ’ ସମସ୍ତ ପରିବେଶକୁ ନିଜର ଅୟତ୍ତ ମଧ୍ୟରେ ଓ ଫୁୟେରରଙ୍କ ଅନୁକୂଳରେ ଆଣି ପାରିଲେ । ବିଦ୍ରୋହର ଗୁପ୍ତ ସମର୍ଥକମାନେ ବର୍ତ୍ତମାନ ବିଦ୍ରୋହର ବିରୁଦ୍ଧରେ ।

 

ସମୟ ୧୦-୫୫ ମି–ଯେଉଁ ନିର୍ଦ୍ଦୋଷ ଓ ନିର୍ଦ୍ଦଳିୟ ଆର୍ମି ଅଫିସରମାନେ ଏହି ବିଦ୍ରୋହରେ ନିରପେକ୍ଷ ଥାଇ ସେମାନଙ୍କର ବା ପ୍ରତିକୂଳ ମନୋଭାବ ପୋଷଣ କରୁ ନ ଥିଲେ, ସେହିମାନେ ହିଁ ଅଧୁନା ଅଯଥା ଅକୂଳରେ ପଡ଼ିଲେ । କୌଣସି ଦଳଭୁକ୍ତ ନ ଥିଲେ ହେଁ ଏମାନେ ଯେ କୌଣସି ଦଳ (ନାଜି ବା ବିଦ୍ରୋହୀ ତଳ) ପ୍ରତି ସହାନୁଭୂତିଶୀଳ ମଧ୍ୟ ନ ଥିଲେ ଏହି ସଶସ୍ତ୍ର ଆର୍ମି ବିପ୍ଲବରେ, ଏହା କାହାର ବିଶ୍ଵାସଯୋଗ୍ୟ ହେଲା ନାହିଁ । ସେମାନଙ୍କ ମଧ୍ୟରୁ କେତେକ ଅଫିସର ନିଜ ନିଜ ‘ବ୍ୟାରାକ’ରେ ଥିବା ପ୍ରକୋଷ୍ଠରେ ଆଶ୍ରୟଗ୍ରହଣ କଲେ । ଅନ୍ୟ କେତେକ ଧୂର୍ତ୍ତ ଅଫିସର ଭାଗ୍ୟଚକ୍ରର ପରିବର୍ତ୍ତନ ଅନୁଭବ କରି ରାଜଭକ୍ତି-ପରାକାଷ୍ଠାର ପରିଚୟ ଦେବାଲାଗି ପ୍ରକାଶ୍ୟ ଭାବେ ଫୁୟେରରଙ୍କ ସପକ୍ଷରେ ଓ ବିଦ୍ରୋହୀମାନଙ୍କ ବିପକ୍ଷରେ ଅସ୍ତ୍ର ଧାରଣ କଲେ ନାନା ପନ୍ଥା । ସେମାନେ ଦଳବଦ୍ଧ ଭାବରେ ବିଦ୍ରୋହୀ ଜେନେରାଲ ଆଲବ୍ରିଷ୍ଟଙ୍କ ଅଫିସ ଆକ୍ରମଣ କରି ବନ୍ଦୀ ଜେନେରାଲ ଫ୍ରୋମଙ୍କୁ ମୁକ୍ତିପ୍ରଦାନ କଲେ । କାଉଣ୍ଟ ଷ୍ଟୁପେନବର୍ଗକୁ ଗୁଳି ମାଡ଼ ହେଲା-। ଗୁଳି କାଉଣ୍ଟଙ୍କର ବାହୁ ଭେଦ କରି ଚାଲିଗଲା, ଯନ୍ତ୍ରଣାରେ ଓ ଅର୍ଦ୍ଧପଙ୍ଗୁ ଷ୍ଟୁଫେନବର୍ଗ ସେହିଠାରେ ଢଳି ପଡ଼ିଲେ । ତାପରେ ଚାଲିଲା ମରାମରି, ଧରାଧରି, ଧସ୍ତାଧସ୍ତି, ବିଦ୍ରୋହର ସପକ୍ଷ ବାଦି ଓ ବିପକ୍ଷବାଦି ସାମରୀକ ଅଫିସରମାନଙ୍କ ମଧ୍ୟରେ । ବନ୍ଦି ଦଶାରୁ ମୁକ୍ତ ହୋଇ ଫ୍ରୋମ ବିଦ୍ରୋହୀମାନଙ୍କ ବିରୁଦ୍ଧରେ ଅସ୍ତ୍ରଧାରଣ କରି ବଜ୍ର ନିର୍ଘୋଷରେ ସମସ୍ତ ଷଡ଼ଯନ୍ତ୍ରକାରୀମାନଙ୍କୁ ବନ୍ଦ ବୋଲି ଘୋଷଣା କଲେ । ଲେଫଟନାଣ୍ଟ ହାଏପଟନ୍‌ ନିଜର ପିସ୍ତଲ ବାହାର କରି ଫ୍ରୋମ ଉଦ୍ଦେଶ୍ୟରେ ଲକ୍ଷ୍ୟ କରିବାକୁ ଯିବା ସମୟରେ ଆହତ କାଉଣ୍ଟ ଅର୍ଦ୍ଧୋନ୍ନଥ ଅବସ୍ଥାରେ ବାରଣ କରି କହିଲେ, ‘‘ଫ୍ରୋମକୁ ମାରି ଲାଭ କଅଣ ? ଫ୍ରୋମକୁ ମାରି ଓୟାଲକାରୀକୁ ତ ଆଉ ବଞ୍ଚାଇ ହେବ ନାହିଁ ?

 

ଘ୧୧-୫ମିନିଟ-ଷ୍ଟୁଫେନବର୍ଗ ଓ ବ୍ରେକ ଇତ୍ୟାଦିଙ୍କ ସହିତ କେତେକ ବିଦ୍ରୋହୀନେତାଙ୍କୁ ନିରସ୍ତ୍ର କରିବା ଲାଗି ଆଦେଶ ଆର୍ମି ଜେନେରାଲ ଫ୍ରୋମ । ବ୍ରେକ ତାଙ୍କର ପିସ୍ତଲଟି ଖୋଳରୁ ବାହାର କରି ଫ୍ରୋମଙ୍କୁ କହିଲେ, ‘ଜେନେରାଲ ସାହେବ ! ଆପଣ ନିଶ୍ଚୟ ଆପଣଙ୍କର ବହୁ ପୁରାତନ ସହଯୋଦ୍ଧାକୁ ଅନୁକମ୍ପା ପ୍ରଦର୍ଶନ କରି ତାହାର ମୁକ୍ତିର ଉପାୟ ନିଜେ ଖୋଜି ନେବାରେ ସହାୟତା କରିବେ । ଫ୍ରୋମ କହି ଉଠିଲେ; ପୁରୁଣା ଗୁଡ଼ରେ ବିଶେଷ ମିଠା ନଥାଏ ବନ୍ଧୁ, ପଳାୟନର ପ୍ରୟାସ ଛଢ଼ା ବାକି ଯାହା କରିବାକୁ ଚାହାନ୍ତି ଶୀଘ୍ର କରିପକାନ୍ତୁ ।

 

ବ୍ରେକ ନିଜର ଶସ୍ତ୍ର ଦ୍ୱାରା ନିଜର କପୋଳ ଗୁଳିବିଦ୍ଧି କରି ଆତ୍ମହତ୍ୟା କଲେ ।

 

ଘ୧୧-୨୫ ମିନିଟ–ବିଦ୍ରୋହୀ ଜେନେରାଲ ବ୍ରେକଙ୍କ ଏହି ଆତ୍ମହତ୍ୟାର କାହାଣୀ ଟେଲିଫୋନ ଯୋଗେ ହିଟଲରଙ୍କୁ ଜଣାଇଲେ ଜେନେରାଲ ଫ୍ରୋମ । ସେ ଆହୁରି ମଧ୍ୟ କହିଲେ ଫୁୟେରର ! ମୁଁ ଗୋଟିଏ ସାମରିକ ଅଦାଲତରେ ‘‘ଦେଶଦ୍ରୋହ’’, ‘‘ରାଜଦ୍ରୋହ”, ‘‘ନରହତ୍ୟା’ ଇତ୍ୟାଦି ଗୁରୁତର ଅପରାଧମାନ ଅଭିଯୋଗରେ ବିଦ୍ରୋହୀ-ନେତା ଜେନେରାଲ ଆଲିବିଷ୍‌ଟ, କାଉଣ୍ଟ କର୍ଣ୍ଣଲ ଷ୍ଟୁଫେନବର୍ଗ ଓ ସେମାନଙ୍କର ଆଡ୍‍ଜୁଟାଣ୍ଟ ଦ୍ୱୟଙ୍କୁ ମୃତ୍ୟୁଦଣ୍ଡ ବିଧାନର ବ୍ୟବସ୍ଥା କରିବାକୁ ଯାଉଛି, ଉଚିତ ବିଚାର ପରେ ଉପରୋକ୍ତ ଅଭିଯୁକ୍ତ ‘‘ଜେନେରାଲ’’ ଓ ‘କର୍ଣ୍ଣେଲ’’ ଆର୍ମିର ଉଚ୍ଚତମ ସାମରୀକ କର୍ମଚାରୀ, ଏହାଛଡ଼ା ଉକ୍ତ କାଉଣ୍ଟ ଜଣେ ରାଜବଂଶଧର ଓ ବିଖ୍ୟାତ ଜମିଦାର ଅଟନ୍ତି । ମୃତ୍ୟୁଦଣ୍ଡ ପ୍ରଦାନ ନିମିତ୍ତ ଏମାନଙ୍କୁ ‘ଫାୟାରିଂ ସ୍କାର୍ଡ’ (Firing squard) ହସ୍ତେ ଦେବାକୁ ହେବ । ସେଥିନିମତ୍ତ ଆପଣଙ୍କଇ ଏହି ଦଣ୍ଡର ଅନୁମୋଦନର ଆବଶ୍ୟକ ଅଟେ ।

 

ଫୋନ୍‌ ଆଦେଶ ଯୋଗେ ଏଥିର ସମର୍ଥନ କଲେ ‘ଫୁୟେରର’ ।

 

ନାମମାତ୍ର ସାମରିକ ଅଦାଲତରେ ଅଭିଯୁକ୍ତ ଆଲବ୍ରିଷ୍ଟୁ ଓ ଷ୍ଟୁଫେନବର୍ଗଙ୍କୁ ଦେଶଦ୍ରୋହ ଓ ନରହତ୍ୟା ଅପରାଧରେ ପ୍ରାଣଦଣ୍ଡ ହୁକୁମ ହେଲା ।

 

ଜେନେରାଲ ଆଲ୍‌ବ୍ରିଷ୍ଟଙ୍କ ଅନୁରୋଧମତେ ତାଙ୍କର ପତ୍ନୀ ପୁତ୍ରଙ୍କ ସହିତ ଅନ୍ତିମ ମିଳନ ନମିତ୍ତ ଦଶମିନିଟ ମାତ୍ର ସମୟ ଦିଆହେଲା ।

 

କିନ୍ତୁ ଦେଶପ୍ରାଣ, ସଦ୍ୟାହତ, ଅର୍ଦ୍ଧପଙ୍ଗୁ, କାଉଣ୍ଟ କର୍ଣ୍ଣେଲ ଷ୍ଟୁଫେନବର୍ଗ-ତାଙ୍କ ପକ୍ଷରୁ ‘ଭିକ୍ଷା ନୈବଚ, ନୈବଚ’ । ଗୁଳିମାଡ଼ ଜନିତ ଯନ୍ତ୍ରଣାରେ ଅଭିଭୂତ ହୋଇ ସୁଦ୍ଧା ଧୀରସ୍ଥିର, ସ୍ଥିରଭାବେ ଦଣ୍ଡାୟମାନ । ତାଙ୍କର କୌଣସି ଯାଚଜ୍ଞା ନାହିଁ, ବା ପ୍ରତ୍ୟାଶା ନାହିଁ । ତାଙ୍କର ଅନ୍ତିମ ଅଭିଳାଷ କିଛି ନାହିଁ । ‘ଅତ୍ୟାଚାରୀ ସରକାର’ଙ୍କ ନିକଟରେ ତାଙ୍କର କୌଣସି କାମନା ପ୍ରକାଶର ଇଚ୍ଛା ନାହିଁ ।

 

ଆସାମୀମାନଙ୍କୁ ନିଆଗଲା ଗୁଳିଚାଳନା ପଡ଼ିଆକୁ (Fiting Field) ଓ ଫାୟାରିଂ ସ୍କାଡ୍‌(Firing squard) ହସ୍ତେ ସେମାନଙ୍କୁ ସମର୍ପଣ କରାଗଲା । ମିଲିଟାରି ଟ୍ରକର ଉଜ୍ଜ୍ଵଳ ହେଡ୍‌-ଲାଇଟ କାଳ ଆଲୋକପାତ କରାଗଲେ ହତଭାଗ୍ୟ ଅଭିଯୁକ୍ତମାନଙ୍କର ମୁଖମଣ୍ଡଳ ଓ ଶରୀରର ଶୀର୍ଷସ୍ଥାନମାନକୁ । ଫାୟାରିଂ ସ୍କାର୍ଡ ସେମାନଙ୍କର ‘ପୋଜିସନ’ ନେଲେ । ସେତେବେଳକୁ ଅଭିଯୁକ୍ତ କାଉଣ୍ଟ କର୍ଣ୍ଣେଲ ଷ୍ଟୁଫେନବର୍ଗ ଉଚ୍ଚ ସ୍ଵରରେ ଚିତ୍କାର କରୁଥିଲେ ।

 

‘ଜର୍ମାନ ଜୀନ୍ଦାବାଦ୍‌’ (Long live Germany)

 

ଇନ୍‌କ୍ଳାବ ଜୀନ୍ଦାବାଦ୍‌, (Long live Revolution)

 

ଶନ୍ତିକା ଝଣ୍ତା ଉଁଚା ରହେ (Peace Flag fly, fly)

 

ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ (Peace, Peace, happy peace)

 

ସମ୍ମୁଖରେ ସ୍କାର୍ଡ୍‌-କମାଣ୍ଡର’ଙ୍କ ଆଦେଶ ଶୁଣାଗଲା, ଆହୁରି ତୀବ୍ର ସ୍ଵରରେ–‘‘Target in front, Fire’’ ଗୁଳି ଭେଦ କଲେ ହତଭାଗ୍ୟମାନଙ୍କ ବକ୍ଷ ଓ ମସ୍ତକରେ ।

 

ଏହାପରେ...ସବୁ ଶେଷ ।

 

ପ୍ରାୟ ପାଞ୍ଚସହସ୍ର କଳ୍ପିତ ବିଦ୍ରୋହୀ ଆଖ୍ୟାଧାରି ଲୋକଙ୍କୁ ରାଷ୍ଟ୍ରଦ୍ରୋହର ଅପରାଧରେ ଅଭିଯୁକ୍ତ କରି ବିବିଧ ପ୍ରକାରର ଯନ୍ତ୍ରଣାଦାୟକ ମୃତ୍ୟୁରେ ହତ୍ୟା କରାଗଲା । କେବଳ ଷ୍ଟୁଫେନବର୍ଗ ପଦବୀଧାରୀ ଜର୍ମାନୀର ଯେତେ ଲୋକ ସମସ୍ତଙ୍କୁ ଖୋଜି ଖୋଜି ମାରି ଦିଆଗଲା । ମୃତ କାଉଣ୍ଟ ଷ୍ଟୁଫେନବର୍ଗଙ୍କର ବିରାଟ ଜମିଦାର (Estate) ସମସ୍ତ ପ୍ରକାର ସ୍ଥାବରାସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହେଲା । କାଉଣ୍ଟର ବିଧବା ପତ୍ନୀ କାଉଣ୍ଟେସ ନୀନାଙ୍କୁ ଅନ୍ତସତ୍ୱା ଥିବା ଅବସ୍ଥାରେ କାରଗାରରେ ନିକ୍ଷେପ କରାଗଲା । ସେହି ବନ୍ଦିନୀ ଅବସ୍ଥାରେ ସେହି କାରାଗାରରେ କାଉଣ୍ଟେସଙ୍କର କନ୍ୟା ସନ୍ତାନଟିଏ ଭୂମିଷ୍ଠ ହେଲା । ଧର୍ମ ଓ ବିଖ୍ୟାତ ଅଭିଜାତଶାଳୀ କାଉଣ୍ଟଙ୍କ ଅନ୍ୟ ଚାରୋଟି ପୁତ୍ରଙ୍କୁ ବଳପୂର୍ବକ ଗୋଟିଏ ଅନାଥାଶ୍ରମରେ ରଖାଗଲା ଏହି ଦ୍ୱିତୀୟ ମହାସମରର ଶେଷ ପର୍ଯ୍ୟନ୍ତ ସେହି ସନ୍ତାନମାନର ଆଉ ମାତୃମିଳନ ସୌଭାଗ୍ୟ ଲାଭ ହେଲା ନାହିଁ । ଆଉ ଦେଶଭକ୍ତ ଷ୍ଟୁଫେନବର୍ଗ,-ଗୁଳିବିଦ୍ଧି ଅବସ୍ଥାରେ ଫାୟାରିଂ ସ୍କୁଆଡ଼ ଅସ୍ତ୍ରରେ ତାଙ୍କର ଅପମୃତ୍ୟୁ ବା ବୀରତ୍ୱ ମୃତ୍ୟୁ ପ୍ରାପ୍ତ ହେଲା, କିନ୍ତୁ ତାଙ୍କର ଶବ ସମାଧ୍ୟସ୍ଥ ହେଲାନାହିଁ । ରାଷ୍ଟଦ୍ରୋହ ଅପରାଧରେ ଦଣ୍ଡିତ ଅନ୍ୟ ପଞ୍ଚସହସ୍ର ଲୋକଙ୍କ ପରି ତାଙ୍କର ସମ୍ମାନନୀୟ ଶବ ଗୃଧ୍ର, ଶ୍ଵାନ ଗର୍ଭରେ ମିଳାଇଗଲା ସିନା ? ଏହି ପରମ ଦେଶଭକ୍ତ ବୀରଙ୍କର ମହତ୍ତ୍ଵ, ଦେଶାତ୍ମବୋଧ ତାଙ୍କର ଦେଶ ଭଲଭାବେ ବୁଝିବା ପୂର୍ବରୁ ତାଙ୍କର ଅତ୍ମାର ତିରୋଭାବ ଘଟିଲା ।

 

ଜନ୍ମ ଥିଲା ତାଙ୍କର ମହା ଅଭିଜାତ ଧର୍ମ ପରିବାରରେ । କର୍ମତଃ ସେ ଥିଲେ ଜଣେ ଉଚ୍ଚପଦସ୍ଥ ସେନାନାୟକ (Colonal), ଭାବନା ଥିଲା ସଦା ତାଙ୍କର ଦେଶୋନ୍ନତି ଓ ଦେଶରକ୍ଷାର ଚିନ୍ତା । ସେ ଯେତେବେଳେ ବୁଝିଲେ ଯେ କେବଳ ହିଟ୍‍ଲର୍‍ଙ୍କର ବୃଥା ଉଚ୍ଚାଭିଳାଷରେ ପୂରଣ ଓ ଅବିମନୁଷ୍ୟକାରିତା ଯୋଗୁଁ ସମସ୍ତ ଜର୍ମାନ ଜାତି ଓ ଦେଶ ଧ୍ୱଂସର ଗର୍ଭକୁ ଦ୍ରୁତଭାବରେ ଟାଣିହୋଇ ଯାଉଛି, ସେତେବେଳେହେଁ ଯାଇ କାଉଣ୍ଟ ହିଟ୍‍ଲର୍‍ଙ୍କ ହତ୍ୟା ଓ ଜର୍ମାନ ରକ୍ଷାର ପରିକଳ୍ପନା କଲେ । କାରଣ ସେ ଦେଖିଲେ ଜର୍ମାନ ଦେଶ ଯେତେ ବଳବାନ ହେଉ ପଛକେ ଅହଂବାଦୀ ହିଟ୍‍ଲର୍‍ଙ୍କ ନେତୃତ୍ୱରେ (ଦେଶ) ବୁଡ଼ିବା ଉପରେ । ମିତ୍ରଶକ୍ତିଙ୍କର ଘେର ମଧ୍ୟରେ ସେତେବେଳେ ଥିଲା ଜର୍ମାନ ପଶ୍ଚିମରୁ ପଶିଆସୁଛି ଇଂଲାଣ୍ଡ ଓ ଫ୍ରାନ୍‌ସ ଏବଂ ସେମାନଙ୍କ ପଛେ ପ୍ରବଳ ପ୍ରତାପି, ପ୍ରଭୃତ-ବିଭବଶାଳୀ ମାର୍କିନ୍‌-ଆମେରିକା ମଧ୍ୟ ମିତ୍ରଶକ୍ତିଙ୍କୁ ସାହାଯ୍ୟ କରିବାକୁ ଆସୁଛି । ପୂର୍ବଦିଗରୁ ରୁଷ ଦେଶର ବିରାଟ ଲାଲବାହିନୀ (Red Army) ସମରୋନ୍ମୁଖ ହୋଇ ଜର୍ମାମର ପୂର୍ବ ସୀମାନ୍ତକୁ ପଶି ଆସିଲାଣି । ତଥାପି ହିଟଲର ତାଙ୍କର ଯୁଦ୍ଧଖୋର୍‍ ମନବୃତ୍ତି ଛାଡ଼ୁନାହିଁ । ଜର୍ମାନ ଯେତେ ଶକ୍ତିଶାଳୀ ହେଉ ପଛକେ ପୃଥିବୀର ଏହି ବଳବାନ୍‌, ବିଭବାନ୍‌ ଶକ୍ତିମାନ ଦେଶମାନଙ୍କ ମେଣ୍ଟ ଆଗରେ ତାହାକୁ ନତଜାନୁ ହେବାକୁ ହିଁ ହେବ-। ନଚେତ୍‌ ଜର୍ମାନୀର ସତ୍ତା ରହିବ ନାହିଁ ।

 

କିନ୍ତୁ ଫଳତଃ କାଉଣ୍ଟ ଷ୍ଟୁଫେନବର୍ଗ ତାଙ୍କର ଦେଶ ଓ ଦେଶବାସୀଠାରୁ ପାଇଲେ କଅଣ ? ସେ କରିଗଲେ ଦେଶପାଇଁ ନିଜର ସ୍ଵାର୍ଥ ତ୍ୟାଗ କିନ୍ତୁ ପରିଣାମରେ ପାଇଲେ । ସେ ଅପମାନ ଓ ଅପମୃତ୍ୟୁ । ଜୀବିତରେ ତ କିଛି ନାହିଁ, ମୃତ୍ୟୁ ପରେ ମଧ୍ୟ ଖଣ୍ଡିଏ ସମାଧି ପଥର ପାଇଲେ ନାହିଁ, କାହାର ଚକ୍ଷୁଜଳ ନିର୍ଗତ ହେଲା ନାହିଁ ତାଙ୍କର ପ୍ରିୟ ନେତା ପାଇଁ ବିଖ୍ୟାତ ଇଂରାଜୀ କବିଙ୍କର ଲେଖା ଏଠାରେ ସାର୍ଥକ ହେଲା :–

 

("Let me live unseen, and unknown,

Thus unlamented let me die,

steal from the world,

And not a stone tell where I lie.")

 

ଦେଶବାସୀ ମୋର ନିଅ ହେ ପ୍ରଣାମ,

ଗଲି ଛାଡ଼ି ଆଜି ପ୍ରିୟ ଦେଶ ଆମ ।

ଥିଲି ମୁଁ ଅଶାନ୍ତ, ପାଞ୍ଚି ଦେଶ-ହିତ,

ମୋ’ ଅଭାବେ କେତେ ଲୋତକ ବର୍ଷିତ-

-ନୋହୁଁ କା’ ନୟନୁ ଯେହ୍ନେ ଲୁଚି, ଲୁଚି

ଚାଲିଯାଏ, କେହି ନ ଜାଣୁ କଦାପି ।

ଛପି, ଛପି ଯାଏ ଏ’ ସଂସାର ଛାଡ଼ି,

(ମୋ’) ସମାଧି ପଥର ନ ଦେବ କେ’ ତୋଳି ।

Image

 

ବୋମାହି ବ୍ରିଫ୍‍କେଶ୍‍ର କାହାଣୀ

ମୃତ୍ୟୁଞ୍ଜୟୀ ହିଟଲର

 

ତହର ହିଟ୍‍ଲର୍‍ଙ୍କର ଗୋପନୀୟ ବାସସ୍ଥାନ ‘ଗଧିଆ ଗୁହା’ ଓ ତନ୍ମଧ୍ୟସ୍ଥ ‘ମ୍ୟାପରୁମ୍‌’ର ବିବରଣୀ ପୂର୍ଣ୍ଣ ପରିଚ୍ଛେଦରେ ଦିଆହୋଇଛି । ପାଠିକା, ପାଠକେ ଚାଲନ୍ତୁ ଏବେ ମନ-ପବନ- ରଥରେ ସେଠାକୁ ଉଡ଼ିଯାଇ ବୁଝିବା ଯେ ବୋମାବିସ୍ଫୋରଣ ପରେ ‘ମ୍ୟାପ୍‌ରୁମ୍‌ଟା’ ଯେତେବେଳେ ସମ୍ପୂର୍ଣ୍ଣ ଧୂଳିସାତ୍‌ ହୁଏ ଓ ସେହି ପ୍ରକୋଷ୍ଠ ମଧ୍ୟରେ ପ୍ରତ୍ୟେକ ମନୁଷ୍ୟ, ଏପରି କି କୀଟ, ପତଙ୍ଗମାନେ ମଧ୍ୟ ମୃତ୍ୟୁ ବରଣ କଲେ, କେଉଁ ଯାଦୁ ବଳରେ, କି ଭୌତିକ ଶକ୍ତି ବଳରେ ହିଟଲର ନିଜକୁ ଅକ୍ଷତ ରଖିପାରିଲେ । ଏହି ଅଜ୍ଞାତ ରହସ୍ୟଟି ସମସ୍ତଙ୍କର ଜାଣିବାର କଥା :-

 

କାଉଣ୍ଟ ଷ୍ଟୁଫେନବର୍ଗ ତାଙ୍କର ବୋମାଭରା ବ୍ରିଫ୍‌କେଶ୍‌(Brief case)ଟି ହିଟଲଙ୍କର ପଦପାର୍ଶ୍ୱେ ତାଙ୍କର ଟେବୁଲ୍‌ ଗୋଡ଼କୁ ଆଉଯାଇ ରଖି ଅଲକ୍ଷ୍ୟରେ ମ୍ୟାପ୍‌ ରୁମ୍‌ଟି ଛାଡ଼ି ଚାଲି ଯାଇଥିଲେ । ଏହି ଟାଇମ୍‌-ବମ୍‌ଟି ଠିକ ଦିବା ବାରଘଣ୍ଟା ତିରିଶ ମିନିଟ ସମୟରେ ଫାଟିବାର କଥା-। କିନ୍ତୁ ଏହାର ବିସ୍ଫୋରଣ ହେଲା ବାରମିନିଟ ବିଳମ୍ବରେ ଦେବା ବାରଘଣ୍ଟା ବୟାଳିଶ ମିନିଟରେ । ସେ ସମୟରେ କାଉଣ୍ଟ ଅତିଶୀଘ୍ର ‘ଗଧିଆ ଗୁହା’ର ବଳୟ ପାରିହୋଇ ବାହାରକୁ ଯିବାକୁ ଚେଷ୍ଟିତ ଥିଲେ । ସହସା ସେ ଶୁଣିଲେ ଅଶନି-ନିନାଦ ଧ୍ୱନି ଓ ଦେଖିଲେ ଗଗନଭେଦି ଧୂମ୍ର ପଟଳ । ନିଶ୍ଚିତ ହେଲେ କାଉଣ୍ଟ ସେ ମ୍ୟାପ୍‌ରୁମ୍‌ର ସମ୍ପୂର୍ଣ୍ଣ ଧ୍ୱଂସ ସହିତ ତନ୍ମଧ୍ୟରେ ଥିବା ହିଟଲର ଓ ତାଙ୍କର କେତୋଟି ଅଧସ୍ତନ କର୍ମଚାରୀମାନେ ମୃତ୍ୟୁ ଲାଭ କଲେ ।

 

କାଉଣ୍ଟଙ୍କର ସେହି ବୋମାବାହି ବ୍ରିଫ୍‌ କେଶ୍‌ଟି ଥିଲା ନିଶ୍ଚିତ ଭାବରେ ହିଟ୍‍ଲର୍‍ଙ୍କ ମୃତ୍ୟୁବାହି ଓ ସେହି ମୃତ୍ୟୁ ଦୂତଠାରୁ ଫୁଏରର ଥିଲେ ମାତ୍ର ଛଅଫୁଟ ଦୂରନ୍ତରେ । ତଥାପି ସେହି ଭାଗ୍ୟଧର ହିଟଲର ସେହି ବୋମାବିସ୍ଫୋରଣ ନିଶ୍ଚିତ ମୃତ୍ୟୁ ମୁଖରୁ କେଉଁ ଯାଦୁବଳେ ଉଦ୍ଧାର ପାଇଲେ ତାହା ଜାଣିବା ଲାଗି ସ୍ଵତଃ କୌତୁହଳ ଜାତ ହୁଏ । ବ୍ୟାପାରଟି ଏହିପରି ଘଟିଲା :–

 

କର୍ଣ୍ଣେଲ ହାରିନତ୍‌ସ ବ୍ରାଣ୍ଟ ଥିଲେ ଜଣେ ନାଜି ଷ୍ଟାଫ ଅଫିସର ଓ ଫୁଏରରଙ୍କର ବିଶ୍ୱସ୍ତ ଲୋକ । ଉକ୍ତ ଘଟଣା ପୂର୍ବରୁ ସେହିଦିନ ଘଟଣା ସମୟ ପର୍ଯ୍ୟନ୍ତ ସେ ଫୁଏରରଙ୍କର ସାନ୍ନିଧ୍ୟରେ ଥାଇ ହିଟଲରଙ୍କୁ ମାନଚିତ୍ର ପର୍ଯ୍ୟବେକ୍ଷଣରେ ସାହାଯ୍ୟ କରୁଥିଲେ । ଏପରି ସମୟରେ ସେ ନିଜେ କାଉଣ୍ଟ ଛାଡ଼ିଯାଇଥିବା ବ୍ରିଫ୍‌କେଶ୍‌ରେ ଝୁଣ୍ଟି ହେଲେ । ‘‘ବଦମାସ୍‌ ଷ୍ଟୁଫେବର୍ଗଟା ବୋକା ବି, ତା’ ନ ହେଲେ ଫୁଏରରଙ୍କର ପାଦ ନିକଟରେ ତା’ର ବ୍ରିଫ୍‌କେଶ୍‌ଟା ଛାଡ଼ି ଚାଲିଯାଇଥାନ୍ତା’ ଏହା ନିଜ ମନକୁ ନିଜେ କହି କର୍ଣ୍ଣେଲ ବ୍ରାଣ୍ଟ ନିଜେ ବ୍ରିଫ୍‌କେଶ୍‌ଟି ଦୂରକୁ ଘୁଞ୍ଚାଇ ଦେଲେ ଓ ଗୋଟାଏ ମୋଟା ଭାରି କାଠର ଉହାଡ଼ରେ ରଖିଦେଲେ ।

 

ସମ୍ଭବତଃ ପାହିଆ (Pillar)ର ସେହି ମୋଟା, ଭାରି କାଠହିଁ ହିଟଲର-ହତ୍ୟାର ନିବାରକ ହେଲେ । ସେହି ବୋମାବିସ୍ଫୋରଣର ‘ମ୍ୟାପରୁମ’ ସହିତ ଧ୍ୱଂସ ପ୍ରାପ୍ତ ହେଲେ କର୍ଣ୍ଣେଲ ବ୍ରାଉଣ୍ଟ ସହିତ ଅନ୍ୟ ଦୁଇଜଣ ସାମରିକ ଅଫିସର ଓ ଫୁଏରର୍‌ଙ୍କର ଷ୍ଟେନୋଗ୍ରାଫର, କିନ୍ତୁ ଅତି ଅଦ୍ଭୁତ ଭାବରେ ରକ୍ଷା ପାଇଗଲେ ହିଟଲର୍‌ ନିଜେ । ସେହି ବିସ୍ଫୋରଣ ପରେ କିଛିକ୍ଷଣ ହତଚୈତନ୍ୟ, ହତବୁଦ୍ଧି ଓ ହତବାକ୍‌ ହୋଇଗଲେ ଫୁୟେରର । ପରେ ପୁଣି ପୁଣି ପୂର୍ଣ୍ଣ ଚୈତନ୍ୟ ଲାଭ କରି ସ୍ୱଗତୋକ୍ତିରେ କହିବାକୁ ଲାଗିଲେ, ବେଇମାନ୍‌ ବିଶ୍ଵାସଘାତକ ଦଳ, ଅକୃତଜ୍ଞ, ଦେଶଦ୍ରୋହି ଷ୍ଟୁଫେନବର୍ଗ,-ତୁମ ସମସ୍ତଙ୍କର ଉଚିତ୍‌ ଶାନ୍ତି କେବଳ ପ୍ରାଣଦଣ୍ଡ ।

 

(ବାସ୍ତବରେ କାଉଣ୍ଟ ଷ୍ଟୁଫେନବର୍ଗ ଓ ଅନ୍ୟାନ୍ୟମାନଙ୍କ ମୁତ୍ୟୁଦଣ୍ଡ ସମ୍ପନ୍ନ ହୋଇଥିଲା ଫୁଏରର୍‌ଙ୍କର ଏହି ହୁକୁମନାମଜ ଉଚ୍ଚାରଣରେ ଅଳ୍ପ କେତେଘଣ୍ଟା ମଧ୍ୟେ) ।

Image

 

ଯୁଗଳ ମୃତ୍ୟୁ ଓ ମୃତ୍ୟୁରହସ୍ୟ ଭେଦ

 

ପୃଥିବୀ-କୁଖ୍ୟାତ, ଅହଂବାଦୀ, ନିଷ୍ଠୁର ଆତତାୟୀ, ଅପରିଣାମଦର୍ଶି ହେର୍‍ ହିଟଲର୍‍ ଅବଶେଷ ଚତୁର୍ଦ୍ଦିଗରେ ମିତ୍ରଶକ୍ତିର ଘେରରେ ପଡ଼ି କିଂକର୍ତ୍ତବ୍ୟବିମୃଢ଼ ହୋଇ ଯାଇଥିଲେ । ପଶ୍ଚିମ ଦିଗରୁ ଗ୍ରେଟ ବ୍ରିଟେନ ଓ ଫ୍ରାନ୍‌ସର ବିପୁଳ ସୈନ୍ୟବାହିନୀ ଜର୍ମାନୀ ଆକ୍ରମଣ କଲେ ଏବଂ ସେମାନଙ୍କୁ ସାହାଯ୍ୟ କଲା ମାର୍କିନଯୁକ୍ତରାଷ୍ଟ୍ର ଆମେରିକା, ତାହାର ଅତ୍ୟାଧୁନିକ ସ୍ଥଳ, ଜଳ ଓ ବାୟୁସେନାର ବିରାଟ ବାହିନୀ ସହ । ଇତିମଧ୍ୟରେ ଜର୍ମାନୀର ପୂର୍ବପଟରୁ ଆକ୍ରମଣ ଆରମ୍ଭ କରିଦେଲାଣି ରୁଷ ଦେଶର ପ୍ରସିଦ୍ଧ ଲାଲସେନାଦଳ (Red Army) ।

 

ଇତିମଧ୍ୟରେ ଜର୍ମାନୀ ଫୁଏରର୍‌ ଆଡଲ୍‌ଫ ହିଟଲର୍‌ ହଠାତ୍‌ ନିରୁଦ୍ଦେଶ ହୋଇ ପଡ଼ିଲେ-

 

ଜର୍ମାନୀରେ ପ୍ରବଳ ଜନରବ ହେଲା ସେ ‘ଗଧିଆ ଗୁହା’ର ‘ମ୍ୟାପରୁମ’ର ବୋମା ଦୁର୍ଘଟନାର ପର, ହିଟଲର୍‌ ସେହି ଗଧିଆଗୁହାର ମାଟି ଖୋଳି ଦୁଇଟି ଅଭ୍ୟନ୍ତରୀଣ କକ୍ଷ ନିର୍ମାଣ କରିଥିଲେ । ଅପେକ୍ଷାକୃତ ବୃହତ୍‌ କକ୍ଷଟିରେ ସେ ତାଙ୍କର ପ୍ରଣୟିନୀ ଶ୍ରୀମତୀ ଈଭା ବ୍ରାଉନ୍‌ସହିତ ବାସ କରୁଥିଲେ ଓ କ୍ଷୁଦ୍ରରେ କକ୍ଷଟି ତାଙ୍କର ବିୟର ସେଲର-ପାନୀୟ କକ୍ଷ (beer cellar) ଭାବେ ବ୍ୟବହୃତ ହେଉଥିଲା । ସେହି ମାଟିତଳେ ଫୁଏଇର ଦମ୍ପତ୍ତିଙ୍କ ବ୍ୟବହାର ନିମିତ୍ତ ସ୍ନାନ-ଶୌଚଘର, ଟେଲିଫୋନ ଘର, ବିଦ୍ୟୁତ୍‌ ବ୍ୟବସ୍ଥା ମଧ୍ୟ ଥିଲା ।

 

ଶତ୍ରୁଦଳମାନଙ୍କର ଚତୁର୍ମୁଖି ପ୍ରବଳ ଆକ୍ରମଣରେ ବିମୁଢ଼ ହିଟଲର୍‌ ନିଜକୁ ସହାୟହୀନ ଓ ଉପାୟନ ଭାବି ଉପରୋକ୍ତ ବିୟର ସେଲାରରେ ମଦ୍ୟପାନ କରି ନିଜ ହସ୍ତେ ନିଜେ ଆତ୍ମହତ୍ୟା କରିଥିବାର ଜନରବ ଶୁଣାଗଲା । (ଅବଶ୍ୟ ଏହା ମିଥ୍ୟା ବୋଲି ପ୍ରମାଣିତ ହେଲା, ବହୁଦିବସ ପରେ) । କିନ୍ତୁ ଜର୍ମାନୀର ଏହି ଆକ୍ରାନ୍ତ ଅବସ୍ଥାରେ ‘ଗଧିଆଗୁହା’ର ଆଭ୍ୟନ୍ତରଣ କକ୍ଷମାନଙ୍କରେ ପ୍ରବେଶ କରି ଏହି ପ୍ରବଳ ଜନରବର ‘ହିଟଲର ତଥ୍ୟ’ର ଆବିଷ୍କାର କରିବାଟା କୌଣସି ଜର୍ମାନ ଅଫିସର ସମୟ ଓ ସାହସ ପାଇ ପାରିଲେ ନାହିଁ । ସୁତରାଂ ଜର୍ମାନ ଫୁଏରର ଜୀବନ ବା ମୃତ୍ୟୁର ତଥ୍ୟ ଅନାବିଷ୍କୃତ ଓ ରହସ୍ୟ ହୋଇ ରହିଲା ସୁଦୀର୍ଘକାଳ ।

 

କିନ୍ତୁ ହିଟ୍‍ଲର୍‍ଙ୍କର ଘନିଷ୍ଟ ସାନ୍ନିଧ୍ୟ ଲାଭ କରିଥିବା ଜଣେ ଅନାମଧ୍ୟେୟ ନାଜି ଅଫିସର ତାଙ୍କର ଫୁଏରର୍‌ଙ୍କ ସମ୍ପର୍କରେ ଗୋଟିଏ ଛିନ୍ନପତ୍ର ଡାଏରିରେ ଘଟଣାମାନଙ୍କ କ୍ରମାନ୍ୱୟ ଜର୍ମାନ ଭାଷାରେ ଯାହା ଲେଖି ଯାଇଛନ୍ତି, ତାହା ବହୁକାଳ ପରେ ଓ ଏହାର ବହୁକାଳ ପରେ ଏହା ଡାଇରିଟି ଇଂରାଜୀ ଭାଷାରେ ମୁଦ୍ରିତ ହେଲା । ଏହି ଡାଇରି ମତେ ତା୧।୫।୧୯୪୫ରେ। ପୃଥିବୀତ୍ରାସ ହେର୍‌ ହିଟଲର୍‍ ସସ୍ତ୍ରୀକ ବୀରର ମୃତ୍ୟୁ ଲାଭ କରନ୍ତି ଜର୍ମାନୀର ରଣ-କ୍ଷେତ୍ରରେ । ହିଟ୍‍ଲର୍‍ଙ୍କ ମୃତ୍ୟୁରେ କୌଣସି ଭୟ ନଥିଲା, କି ସେ କୌଣସି ଭୟରେ ଆତ୍ମହତ୍ୟା କରିନଥିଲେ । ତାଙ୍କ ବିରୁଦ୍ଧରେ ରହସ୍ୟମୟ ଆତ୍ମହତ୍ୟାର କାହାଣୀ ଥିଲା ଉଦ୍ଦେଶ୍ୟ ପ୍ରଣୋଦିତ ଓ ସ୍ଵାର୍ଥସିଦ୍ଧିମୂଳକ, ଅଳିକ ଜନରବ, ତାହା ଆଜି ନିଃସନ୍ଦେହରେ ପ୍ରମାଣିତ ହୋଇଛି ଏହି ଡାଇରି ଲେଖା ଅନୁଯାୟୀ ଯାହା ସଠିକ, ତାହା ହେଲା ଏହିପରି :–

 

ମିତ୍ରଶକ୍ତିର ର୍ମୁହୁର୍ମୁହୁ ପ୍ରବଳ ଆକ୍ରମଣରେ ଜର୍ମାନୀ ବ୍ୟତିବ୍ୟସ୍ତ ଓ ବିଶେଷ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ସୁରମ୍ୟ ହର୍ମ୍ୟମାଳିନୀର ସୌଧମାଳା ସମ୍ପୂର୍ଣ୍ଣଭାବେ ଧୂଳିସାତ୍‌ ହୋଇସାରିଛି । ତା ୩୦।୪।୧୯୦୫ରେ ଜର୍ମାନୀର ରାଇଖଚାନ୍‌ସେଭି ଓ ତାହାର ଚତୁର୍ଦ୍ଦିଗେ କ୍ରମାନ୍ୱୟେ ଆଠଘଣ୍ଟା କାଳ ରୁଷ ଦେଶର ଲାଲ ସେନାବାହିନୀମାନଙ୍କ (Red Armes) ଶକ୍ତିଶାଳୀ ବୋମାବର୍ଷଣରେ ବିଧ୍ୱସ୍ତ ହୁଏ ।

 

ତା୧।୫।୧୯୪୫ରେ ତୃତୀୟ ‘ସୋଭିୟେଟ ଆର୍ମି’ (Soviet shock Army) ଜର୍ମାନୀ ମଧ୍ୟରେ ପ୍ରବେଶ କଲେ । ବର୍ଲିନ ନଗରୀ (ଜର୍ମାନୀର ରାଜଧାନୀ) ସେତେବେଳେ ଧ୍ୱଂସସ୍ତୁପରେ ପରିଣତ ହୋଇସାରିଛି । ସେହି ତା୧ । ୫ । ୪୫ ସନ୍ଧ୍ୟା ସମୟରେ ହିଟ୍‍ଲର୍‍ଙ୍କର ଅତି ବିଶ୍ୱସ୍ତ ବନ୍ଧୁ ଓ କର୍ମଚାରୀ ଆଡ଼ମିରାଲ (admiral) ଦୋରେବିତ୍‌ମ ରେଡ଼ିଓ ଯୋଗେ ତାଙ୍କର ଫୁଏରର୍‌ଙ୍କର ନିରୁଦ୍ଦିଷ୍ଟ ଘୋଷଣା କରନ୍ତି ।

 

ହିଟ୍‍ଲର୍‍ଙ୍କ ପ୍ରକୃତ ମୃତ୍ୟୁ-ଘଟନା :–ଅନେକଦିନ ପରେ ଜଣାଗଲା ଯେ ଗୋଟିଏ ସେନାଦଳର ପୁରୋଭାଗରେ ଥାଇ ସସ୍ତ୍ରୀକ ହିଟଲର୍‌ ଆକସ୍ମିକ ଭାବେ ବୀରମୃତ୍ୟୁ ବରଣ କରିଛନ୍ତି-

 

ବହୁଦିନ ପରେ ହିଟଲର ମୃତ୍ୟୁର ପ୍ରକୃତ ପ୍ରମାଣ ଜଣାଗଲ ।

 

ପ୍ରକୃତ ଘଟନା ହେଉଛି ବିମାନ-ପ୍ରତି ଆକ୍ରମଣ-ଘାଟି (Anti-Air craft Field)ରେ ହେର୍‌ ହିଟଲର ତାଙ୍କର ଈଭା ବ୍ରାଉନନ୍‌ଙ୍କ ସହିତ ବସି ସ୍ୱୟଂ ଯୁଦ୍ଧ-ପରିଚାଳନା କର୍ମ ପର୍ଯ୍ୟବେକ୍ଷଣ କରୁଥିଲେ । ସେହି ସମୟରେ ସୋଭିଏଟର ପ୍ରବଳ ବୋମାକର୍ଷଣରେ ଆଘାତପ୍ରାପ୍ତ ହୋଇ ସସ୍ତ୍ରୀକ ହିଟଲର ସେହିଠାରେ ମୃତ୍ୟୁ ଲାଭ କଲେ । ଏହି ଆକ୍ରମଣ ଓ ବୋମାବର୍ଷଣ ମଧ୍ୟରେ ସପତ୍ନୀ ହିଟ୍‍ଲର୍‍ଙ୍କ ଶବ କିପରି, କେଉଁଆଡ଼େ ଅନ୍ତର୍ହିତ ହେଲା, କେହି ଜାଣିପାରିଲେ ନାହିଁ ।

 

ହିଟଲର ମୃତ୍ୟୁର ପ୍ରାମାଣିକ-ତଥ୍ୟର ଆବିଷ୍କାର:–ରୁଷ-ରାଷ୍ଟ୍ରପତି ଷ୍ଟାଲିନ ଜର୍ମାନୀ ଆସନ୍ତା ତା୨୬। ୭। ୧୯୪୫ ।

 

ଷ୍ଟାଲିନ୍‌ ହିଟଲର ମୃତ୍ୟୁର ସମ୍ବାଦଟି ସହଜ ଭାବରେ ଗ୍ରହଣ କଲେ ନାହିଁ । (A device of crafty Hitler) । ହିଟ୍‍ଲର୍‍ଙ୍କ ମୃତ୍ୟୁ ଗୁଜବ୍‌ ଉପରେ ଅସ୍ଥା ସ୍ଥାପନ କରିନପାରି ସେ ‘ଗଧିଆଗୁହା’ ଓ ତାହାର ଚତୁଃପାର୍ଶ୍ଵ ଖୋଳାଇଲେ ଓ ଖୋଜାଇଲେ, କିନ୍ତୁ କୌଣସି ଶବ ବା ଶବ୍ଦାବଶିଷ୍ଟ ମିଳିଲା ନାହିଁ । ଆହୁରି ମଧ୍ୟ ବର୍ଲିନ ନଗରୀର ନାନା ସନ୍ଦେହଜନକ ସ୍ଥାନେ ଉପରୋକ୍ତ ମତେ ଖୋଳା, ଖୋଜା ଚାଲିଲା–କିନ୍ତୁ ସମସ୍ତ ପ୍ରୟାସ ଖାଲି ବ୍ୟର୍ଥ ହେଲା ।

 

ତା।୧।୮।୪୫ଷ୍ଟାଲିନଙ୍କୁ ସମ୍ବାଦ ମିଳିଲା ‘ବର୍ଲିନ’ସ୍ଥ ‘ଚାନସେଲର’ ହତା (Chaneler’s compound) ମଧ୍ୟସ୍ଥ ଗୋଟିଏ ଅଳ୍ପଦିନର ତାଜା ସମାଧିର ସମ୍ବନ୍ଧରେ :–

 

ନିଶ୍ଚିତ ମୃତ୍ୟୁର ପ୍ରମାଣ–ସେହି ସମାଧି ଖୋଲିବାରୁ ବାହାରିଲା ଦୁଇଟା ପୂର୍ଣ୍ଣାଙ୍ଗ ନରକଙ୍କାଳ । ଦେହରୁ ମାଂସ ସମସ୍ତ ପଚି, ଗଳିଯାଇ ସ୍ଥାନଟା ବିଶେଷ ଦୁର୍ଗନ୍ଧମୟ ହୋଇଯାଇଛି । ସେହି ତା ୧ । ୮ । ୪୫ରେ ଶବ-କଙ୍କାଳ ଦୁଇଟିର ମଧ୍ୟରୁ ଗୋଟିଏ ପୁରୁଷର, ଅନ୍ୟଟି ନାରୀର । ‘ସୋଭିଏଟ ରେଡ଼-ଆର୍ମିର ମେଡ଼ିକାଲ ସର୍ଭେ’ ବିଭାଗର (Medical survey department of Soviet Red Army) ଆନାଟନିକାଲ ପାଥୋଲଜିଷ୍ଟ (Anatonical pathologist) ‘କର୍ଣ୍ଣେଲ ଏମ. ଏ. କ୍ରାୟେଭସ୍କି (Colonel M. A. Krayev aski) ଏହି କଙ୍କାଳ ଦୁଇଟିର ଉପଯୁକ୍ତ ପରୀକ୍ଷା, ନିରୀକ୍ଷା ଚଳାଇଥିଲେ । ପୁଣି ପୁରୁଷର ହାଡ଼, କଙ୍କାଳର ବୟସ ୬୦ ବର୍ଷ, ଲମ୍ବା–୧୬୬ ସେଣ୍ଟିମିଟର, ଉଚ୍ଚତା-ଫୁ୫’-୪ ୩ ୪’’ ଏତିକି ତଥ୍ୟ କେବଳ ମିଳିଲା କର୍ଣ୍ଣେଲ ଡାଃ କ୍ରାୟେଭସ୍କିଙ୍କଠାରୁ । ଏହି ଶାରୀରକ ମାପ, ଓ ବୟସର ପରିମାଣ ହିଟ୍‍ଲର୍‍ଙ୍କର ବୟସ ଓ ଶାରୀରର ମାପ ସହିତ ମିଶିଗଲା । ହିଟ୍‍ଲର୍‍ଙ୍କ ସଠିକ ପରିଚିତ (correct identification) ମିଳିବା ନିମିତ୍ତ ପୌନସୌନିକ ପରୀକ୍ଷା ଚାଲିଲା ‘ରେଡ୍‌ ଆର୍ମିର ସର୍ଭେ ଡିପାର୍ଟମେଣ୍ଟ’ ତରଫରୁ । ଡାକ ପଡ଼ିଲା ହିଟ୍‍ଲର୍‍ଙ୍କର ଦନ୍ତଚିକିତ୍ସକ ଡାକ୍ତର ‘ହିଉଗୋ ଜୋହାନ୍‌ସ ବ୍ଳାସଙ୍କୁ ସେହି ‘ଡେଣ୍ଟିଷ୍ଟ’ (dentist) କେତେବେଳେ ଭୟରେ ପଳାତକ, ଜରମାନି ଦେଶରୁ ନିରୁଦ୍ଦିଷ୍ଣ । ଡେଣ୍ଟିଷ୍ଟ ଡାକ୍ତରଙ୍କର ସହକାରୀ ଡେଣ୍ଟିଷ୍ଟ ଡାକ୍ତର ଶ୍ରୀମତୀ କ୍ୟାପେ ହିଉଜିମ୍ୟାନ (Mrs. Capey Hugeman କୌଣସି ଉଲ୍ଲେଖ ଯୋଗ୍ୟ ସହାୟତା ଦେଇପାରିଲେ ନାହିଁ । ଏହାପରେ ଡାକ ପଡ଼ିଲା ସେହିଦିନ ଚିକିତ୍ସାଳୟର ‘ଲେବରଟାରି ଆସିଷ୍ଟାଣ୍ଟ ଶ୍ରୀ ଫ୍ରିଜ ଏକ୍‌ଟମାନ୍‌(Treez–Ectman, the Labcratory Assistant) । ସେ ଦିଅନ୍ତି ଆଣି ‘ଲେବଟାରିରୁ ହିଟ୍‍ଲର୍‍ଙ୍କ ଦନ୍ତର ଛାପ, ଏକ୍‌ସରେ ଫିଲ୍‌, ରିପୋର୍ଟ ସହିତ (teeth impression, with X-Ray film & Report) । ସେ ପୁଣି ହିଟ୍‍ଲର୍‍ଙ୍କ ଦନ୍ତର ଗଠନ ଓ ଦାନ୍ତ ମାଢ଼ିର ଛାପ ମଧ୍ୟ ଦେଇପାରିଲେ । ଉପର ମାଢ଼ିରେ ଥିଲା ନଅଟିମାତ୍ର ଦାନ୍ତ । ସେ ମଧ୍ୟରୁ ଚାରୋଟିମାତ୍ର ନିଜର, ଓ ବାକି ପାଞ୍ଚୋଟି ପଥରଦାନ୍ତ ବନ୍ଧାଇ ସୁନାପତ୍ରରେ । ଚର୍ବଣ ଦନ୍ତ ଦୁଇଟି (Molar teeth) । ଏହି ଦନ୍ତର ଓ ଦାନ୍ତମାଢ଼ିର ଛାପ, ଏକ୍‌ସରେ ଫିଲ୍‌ମ ଇତ୍ୟାଦିର, ନରକଙ୍କାଳର ମସ୍ତକରେ ଥିବା ଅବଶିଷ୍ଟ ଦନ୍ତ, ସୁନାପତ୍ରର ବନ୍ଧେଇ ଇତ୍ୟାଦିର ତୁଳନାତ୍ମକ ପରୀକ୍ଷାରେ ନରକଙ୍କାଳଟି ହିଟ୍‍ଲର୍‍ଙ୍କର ବୋଲି ଚିହ୍ନିତ ଓ ପ୍ରମାଣିତ ହୁଏ । ନାରୀ କଙ୍କାଳଟିର ମାପରେ ଓ କଙ୍କାଳ ହାତରେ ଥିବା ପଟେ ହୀରାବସା ସୁନାଚୁଡ଼ିରୁ ଏହା ହିଟଲର ସଙ୍ଗିନୀ ଈଭାବ୍ରାଉନ୍‌ଙ୍କରି କଙ୍କାଳ ବୋଲି ପ୍ରତିପନ୍ନ ହୁଏ । (Proved identical with Mrs. Iva Brown in her living condition). I

 

ପରିଶିଷ୍ଟ-ଏହିପରି ରଣକ୍ଷେତ୍ରରେ କର୍ତ୍ତବ୍ୟରତ ଥିବା ଅବସ୍ଥାରେ ସହସା ଶତ୍ରୁ ପକ୍ଷର ବୋମାର୍ଷବଣରେ ତା ୧ । ୫ । ୧୯୪୫ ସନ୍ଧ୍ୟା ସମୟରେ ପୃଥିବୀବାସ ଜର୍ମାନୀର ବିଖ୍ୟାତ ଫୁଏରର୍‌ ହେର୍‌ଆଡଲ୍‌ଫ ହିଟଲର ସସ୍ତ୍ରୀକ ବୀର ମୃତ୍ୟୁ ଲାଭ କଲେ ।

 

ହେର୍‌ ହିଟଲର ଯେ ଦେଶଭକ୍ତ, ଜାତିଭକ୍ତ ନ ଥିଲେ ତାହା କଦାପି କୁହାଯାଇ ପାରିବନାହିଁ । ପକ୍ଷାନ୍ତରେ ସେ ଦେଶ ନମିତ୍ତ ସମର-ପ୍ରାଙ୍ଗଣରେ ଆତ୍ମବଳି ଦେଇ ବୀରଲୋକ ବରଣ କରିଥିଲେ । ସେ ସଦା ନିଜର ଦେଶଜର୍ମାନୀକୁ ତାଙ୍କ ନେତୃତ୍ୱରେ ଉନ୍ନତିର ଉଚ୍ଚତମ ଶିଖରକୁ ଉଠାଇ, ଅନ୍ୟାନ୍ୟ ଇଉରୋପୀୟ ଦେଶମାନଙ୍କ ଉପରେ ପ୍ରଭୁତ୍ୱ-ବିସ୍ତାରର କାମନା ଓ କଳ୍ପନା କରିଥିଲେ । ହିଟ୍‍ଲର୍‍ଙ୍କର ଏହି ଉଚ୍ଚାକାଙ୍‌କ୍ଷା ଓ ଅଭିଳାଷ ତ ପୂରଣ ହେଲାନାହିଁ, ବରଂ ତାଙ୍କର ଅମାନୁଷିକ କାର୍ଯ୍ୟକଳାପରେ ଅନେକ ଇଉରୋପର ଦେଶମାନେ ରୁଷ, ଆମେରିକା ଏକତ୍ର ମେଣ୍ଟ ବାନ୍ଧି ହିଟ୍‍ଲର୍‍ଙ୍କ ଦେଶ ଜର୍ମାନୀକୁ ଚୂର୍ଣ୍ଣ, ବିଚୁର୍ଣ୍ଣ କରି ଧୂଳିସାତ୍‌ କରି ଦେଶନାୟକ ହିଟ୍‍ଲର୍‍ଙ୍କର ଅହଂଭାବ ଅଯଥା ପ୍ରଭୃତ୍ୱ ପ୍ରଦର୍ଶନ ଓ ଅମାନୁଷିକ ଅତ୍ୟାଚାର ପ୍ରବୃତ୍ତି ତାଙ୍କୁ ଓ ଦେଶକୁ ଟାଣିନେଇଗଲା ଅବଶେଷ ଧ୍ୱଂସସ୍ତୁପ ମଧ୍ୟକୁ ।

 

କିନ୍ତୁ ଏପରି ପ୍ରଭାବ-ପ୍ରତିପତ୍ତିଶାଳୀ ଜର୍ମାନୀ ଦେଶନାୟକ ହେର୍‌ ହିଟ୍‍ଲର୍‍ଙ୍କ ମୃତ୍ୟୁ କିୟତ୍‌କାଳ ପାଇଁ ରହିଗଲା ଅଜଣା ଓ ଅଶୁଣା । ସମସ୍ତ ଅସଦ୍‌ଗୁଣ ଥିବା ସତ୍ୱେ ଅହମିକାଗ୍ରସ୍ତ ହେର୍‌ହିଟଲର ଥିଲେ ଅସାଧାରଣ ଦେଶଭକ୍ତ ଓ କର୍ମଠ ବୀର । ତାଙ୍କର ମୃତ୍ୟୁ ପରେ ମଧ୍ୟ ତାଙ୍କର, ଦେଶ ଓ ଜାତି ଏହାର ମୂଲ୍ୟାୟନ କରିପାରିଲା ନାହିଁ ।

Image

 

ଏହି ଲେଖକଙ୍କ ରଚିତ ଅନ୍ୟାନ୍ୟ ପୁସ୍ତକମାନ

 

୧.

ସାଧନାକଵିତା ପୁସ୍ତକଯନ୍ତ୍ରସ୍ଥ

୨.

କଳ୍ପନା

୩.

ଅର୍ଚ୍ଚନା

୪.

ପ୍ରତିମା

୫.

ପ୍ରଭାନ୍ୱିତା (ପ୍ରୀତିମୂଳକ)

୬.

ମିନି (ଶିଶୁ କବିତା)

୭.

ରାଜସ୍ଥାନ କାହାଣୀ(ଐତିହାସିକ ଗଳ୍ପମାଳା)